ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: କାର୍ତ୍ତିକ,ରାହୁଲ ଓ ବିଜୟଙ୍କୁ ସୁଯୋଗ
Khabar Odisha:Sports-cricket-odisha-Indias-squad-for-the-ICC-CWC19-announced
ନୂଆଦିଲ୍ଲୀ,ଏପ୍ରିଲ ୧୫ (ଖବର ଓଡିଶା):

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ୨୦୧୯ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ଵ ମିଳିଥିବା ବେଳେ ମୁଖ୍ୟ ୱିକେଟ ରକ୍ଷକ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଆଜି ସକାଳେ ଅଷ୍ଟ୍ରେଲିଆ ମଧ୍ୟ ତାର ବିଶ୍ୱକପ ଦଳ ଘୋଷଣା କରିଥିଲା । ଆଜି ଦଳ ଘୋଷଣା କରାଯିବା ନେଇ ବିସିସିଆଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । 

ପୂର୍ବରୁ ଭାରତୀୟ ଦଳର ଅଧିନାୟକ ମଧ୍ୟ ସ୍ପଷ୍ଟ କରିଥିଲେ କି ଗୋଟିଏ ଦୁଇଟି ସ୍ଥାନକୁ ଛାଡିଦେଲେ ଅନ୍ୟ ସମସ୍ତ ସ୍ଥାନ ପାଇଁ ଖେଳାଳି ସ୍ଥିର ହୋଇସାରିଛନ୍ତି  । ବ୍ୟାଟିଂ କ୍ରମରେ ଚତୁର୍ଥ ସ୍ଥାନ ଭାରତ ପାଇଁ କିଛିକାଂଶରେ ଚିନ୍ତାର କାରଣ ପାଲଟିଥିବା ବେଳେ ଦ୍ୱିତୀୟ ୱିକେଟ ରକ୍ଷକ କିଏ ହେବ ସେ ନେଇ କିଛିଟା ସସପେନ୍ସ ରହିଥିଲା । ବିସିସିଆଇ ପକ୍ଷରୁ ଆଜି ଦଳ ଘୋଷଣା ପରେ ଏସବୁ ଉପରୁ ସସପେନ୍ସ ହଟିଯାଇଛି । 

ଭାରତୀୟ ଦଳରେ ଦ୍ୱିତୀୟ ୱିକେଟ ରକ୍ଷକ ପାଇଁ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ ଚର୍ଚ୍ଚାରେ ଥିବା ବେଳେ ଶେଷରେ ଟିମ ମ୍ୟାନେଜମେଣ୍ଟ ଦିନେଶ କାର୍ତ୍ତିକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏଥିସହିତ ଚତୁର୍ଥ ସ୍ଥାନ ପାଇଁ ଟିମ ମ୍ୟାନେଜମେଣ୍ଟ କେଏଲ ରାହୁଲ, ବିଜୟ ଶଙ୍କର ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ଅପସନ ଭାବେ ରଖିବାକୁ ଚାହିଁଛି । ତେବେ କିଏ ଚତୁର୍ଥ ସ୍ଥାନରେ ଖେଳିବ, ଦଳର କୋଚ ଓ ଅଧିନାୟକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ଦଳରେ ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।  

ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ୧୫ ଜଣିଆ ଭାରତୀୟ ଦଳ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଶିଖର ଧାୱନ, କେଦାର ଯାଦବ, କେଏଲ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି (ୱିକେଟ ରକ୍ଷକ), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି



Subscribe

National International State Sports Entertainment