ମେ ୨୩ରେ ଏନ୍‌ଡିଏ ବିରୋଧୀଙ୍କ ବୈଠକ, ନବୀନଙ୍କୁ ସୋନିଆଙ୍କ ନିମନ୍ତ୍ରଣ
Khabar Odisha:Sonia-Gandhi-writes-letter-to-all-opposition-leader
ଭୁବନେଶ୍ୱର, ମେ ୧୫ (ଖବର ଓଡ଼ିଶା):

ଲୋକସଭା ନିର୍ବାଚନର ଅନ୍ତିମ ପର‌୍ୟ୍ୟାୟ ଏବେବି ବାକି ରହିଛି । ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ ହେବ । କିନ୍ତୁ ଏହା ପୂର୍ବରୁ ୟୁପିଏ ପୁଣି ଥରେ ସରକାରକୁ ଫେରିବ ବୋଲି ମନରେ ଆଶା ବାନ୍ଧି ସାରିଲାଣି । ଏଥିପାଇଁ ସମସ୍ତ ୟୁପିଏ ସର୍ମଥିତ ଓ ଏନ୍‌ଡିଏ ବିରୋଧୀ ଦଳ ଗୁଡ଼ିଙ୍କୁ ନିମନ୍ତ୍ରଣ ଦେଲାଣି କଂଗ୍ରେସ । ଏ ନେଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚିଠି ଲେଖିଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଗାମୀ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି ।

ଆସନ୍ତା ମେ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ୟୁପିଏ ସରକାର ଗଠନ କରିବ ବୋଲି ଦୃଢ଼ ଆଶା ବାନ୍ଧି ରଖିଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଲାଣି । ସମସ୍ତ ୟୁପିଏ ସମର୍ଥିତ ଦଳ ଓ ଏନ୍‌ଡିଏ ବିରୋଧି ଦଳ ଗୁଡ଼ିକ ସହିତ ସମ୍ପର୍କ ସ୍ଥାପନ କରାଯାଉଛି । ଫଳାଫଳ ଘୋଷଣା ଦିନ ବୈଠକ ବସିବ । ଏହି ବୈଠକରେ ଯୋଗ ଦେବାକୁ ଖୋଦ୍‌ ସୋନିଆ ଗାନ୍ଧୀ ସମସ୍ତ ଦଳର ମୁଖ୍ୟଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିଜୁ ଜନତା ଦଳ, ତେଲୁଗୁ ଦେଶମ, ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ଚିଠି ଲେଖିଛନ୍ତି ସୋନିଆ ଗାନ୍ଧି । ଏ ନେଇ ବିଜେଡ଼ି ସଭାପତିଙ୍କ ସହିତ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି । ସେ ଏହି ବୈଠକରେ ଯୋଗ ଦେବାକୁ ନବୀନଙ୍କୁ କହିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment