ନୂଆଦିଲ୍ଲୀ, ମାର୍ଚ୍ଚ ୦୬ (ଖବର ଓଡ଼ିଶା):
ପ୍ରଥମ ଓପନର ଭାବେ ଭାରତୀୟ ଓପନର ରୋହିତ ଶର୍ମା ଆଇସିସି ଟେଷ୍ଟ ଚାମ୍ପିଅନସିପରେ ୧୦୦୦ ରନ ପୂରଣ କରିଛନ୍ତି । ଏହି ଚାମ୍ପିଅନସିପରେ ଅଷ୍ଟ୍ରେଲିଆ ବ୍ୟାଟସମାନ ମାର୍ନସ ଲାବୁସାନେ ସର୍ବାଧିକ ୧୬୭୫ ରନ କରିଥିବା ବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ୧୬୩୦, ଷ୍ଟିଭ ସ୍ମିଥ ୧୩୪୧ ଏବଂ ବେନ ଷ୍ଟୋକସ ୧୩୦୧ ରନ ସ୍କୋର କରିଛନ୍ତି । ଭାରତୀୟଙ୍କ ମଧ୍ୟରେ ଟେଷ୍ଟ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ସର୍ବାଧିକ ୧୦୬୮ ରନ ସ୍କୋର କରିଛନ୍ତି । ଅନ୍ୟ ଓପନର ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ୯୪୮ ଏବଂ ଦକ୍ଷିଣ ଆଫ୍ରିକା ଓପନର ଡେନ ଏଲଗର ୮୪୮ ରନ କରିଛନ୍ତି । ଏକମାତ୍ର ଦଳ ଭାବେ ନ୍ୟୁଜଲାଣ୍ଡ ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲ ନିମନ୍ତେ କ୍ୱାଲିଫାଏ କରି ସାରିଥିବା ବେଳେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରୁ ଅନ୍ୟ ଜଣେ କ୍ୱାଲିଫାଏ କରିବ ।