କରୋନା ମହାମାରୀ ପାଇଁ ଘୁଂଚିଲା ମୈଦାନ ଚଳଚ୍ଚିତ୍ରର ରିଲିଜ
Khabar Odisha:Release-of-Maidan-movie-postponed-due-to-COVID-19
ନୂଆଦିଲ୍ଲୀ, ଜୁଲାଇ ୦୪ (ଖବର ଓଡ଼ିଶା):


କରୋନା ମହାମାରୀ ପାଇଁ ସାରା ଚଳଚ୍ଚିତ୍ର ଜଗତ ସମ୍ପୂର୍ଣ ଭାବେ ପ୍ରଭାବିତ ହୋଇଛି. ଏହା ଯୋଗୁଁ ମଧ୍ୟ ସମସ୍ତ ଚଳଚ୍ଚିତ୍ର ଏବଂ  ସିରିୟଲ ସୁଟିଙ୍ଗ ବନ୍ଦ ରହିଛି. 


ତେବେ ଅଜୟ ଦେଵଗନ ଦ୍ୱାରା ଅଭିନୀତ ସ୍ପୋର୍ଟ୍ସ - ଡ୍ରାମା ଫିଲ୍ମ ମୈଦାନ ଆଗାମୀ ବର୍ଷ ଅଗଷ୍ଟ ମାସ 13 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ବୋଲି ଅଭିନେତା ଅଜୟ ଦେବଗନ ତାଙ୍କ ଟ୍ୱିଟରେ ଜଣାଇଛନ୍ତି. 



କରୋନା ପାଇଁ ଏବେ ଏହି ଚଳଚ୍ଚିତ୍ରର ସୁଟିଙ୍ଗ ଏବେ ବନ୍ଦ ରହିଛି. ଏହାର ସୁଟିଙ୍ଗ ପାଇଁ ମୁମ୍ବାଇରେ 16 ଏକର ଜାଗା ନିଆଯାଇଥିଲା କିନ୍ତୁ କରୋନା ପାଇଁ ସୁଟିଙ୍ଗ ସମ୍ଭବ ହେଲାନାହିଁ. ତେବେ ଏହି ଚଳଚ୍ଚିତ୍ରର କିଛି ଅଂଶ ସୁଟିଙ୍ଗ ଲକ୍ଷେ୍ନା ଏବଂ କୋଲକାତାରେ ସୁଟିଙ୍ଗ ସାରିଛି ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ବୋନି କପୁର କହିଛନ୍ତି.

  • Tags:

Subscribe

National International State Sports Entertainment