ଭାରତୀୟ କ୍ରିକେଟ ଦଳର କିଟ ସ୍ପନସର ଦୌଡରେ ପୁମା , ଆଡିଡାସ
Khabar Odisha:Puma-Adidas-in-the-Indian-cricket-teams-kit-sponsorship-race
ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡ଼ିଶା):

୨୦୧୬ ରୁ ଭାରତୀୟ କ୍ରିକେଟ ଦଳର କିଟ ସ୍ପନସର ଭାବେ ରହି ଆସୁଥିବା ନାଇକ କମ୍ପାନୀର ଚୁକ୍ତି ୨୦୨୦ ରେ ସମାପ୍ତ ହୋଇଛି । ବିସିସିଆଇ ପକ୍ଷରୁ ୪୦୦ କୋଟି ଟଙ୍କାରେ ପୂଣି ଥରେ ସ୍ପନସର ରହିବାକୁ ନାଇକ କମ୍ପାନୀକୁ କହିଥିଲେ ମଧ୍ୟ ନାଇକ ଏହାକୁ ଅସ୍ୱୀକାର କରିଛି । ଏବେ ଦଳର କିଟ ସ୍ପନସର ଦୌଡରେ ପ୍ରମୁଖ ଦାବିଦାର ହେଉଛନ୍ତି ପୁମା ଏବଂ ଆଡିଡାସ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି । 

ଦେଶରେ ପୁମାର ୩୫୦ ରୁ ଅଧିକ ଏକ୍ସକ୍ଲୁସିଭ୍ ଷ୍ଟୋର ଥିବାବେଳେ ଆଡିଡାସ୍ ରେ ୪୫୦ ରୁ ଅଧିକ ଆଉଟଲେଟ୍ ରହିଛି । ଜଣେ ବରିଷ୍ଠ ଶିଳ୍ପ ବିଶେଷଜ୍ଞ କହିଛନ୍ତି ଯେ ଯଦି ନୂତନ ଅଧିକାରଧାରୀ ପାଞ୍ଚ ବର୍ଷର ଚୁକ୍ତି ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଦିଅନ୍ତି ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯାହା ପୂର୍ବ ଅବଧିରେ ନାଇକ୍ ଦେଇଥିବା ତୁଳନାରେ ଯଥେଷ୍ଟ କମ୍ ହେବ ।

ପୂର୍ବରୁ ପୁମା କମ୍ପାନୀ ଭାରତୀୟ ପ୍ରମିୟର ଲିଗରେ ବିଭିନ୍ନ ଦଳର କିଟ ସ୍ପନସର ଭାବେ ରହିଆସିଛି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି । ସେହିପରି ଆଡିଡାସ ମଧ୍ୟ କିଛିଟା ଦଳର କିଟ ସ୍ପନସର ରହି ସାରିଛି । 

ବିସିସିଆଇ ଏହାର ନୂତନ ବିଡ୍‌ରେ ଗତ ବର୍ଷର ୮୮ ଲକ୍ଷ ଟଙ୍କା ପରିବର୍ତ୍ତେ ଏଥର ପ୍ରତି ମ୍ୟାଚରେ ୬୧ ଲକ୍ଷ ଟଙ୍କା ମୂଲ୍ୟ ରଖିଛି ।

  • Tags:

Subscribe

National International State Sports Entertainment