ପାରାଦୀପ ବନ୍ଦରର ନାମ ପରିବର୍ତ୍ତନ କରି ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ପାଇଁ ଦାବି କଲେ ପ୍ରସନ୍ନ ଆଚାର୍ଯ୍ୟ
Khabar Odisha:Prasanna-Acharya-demanded-that-the-port-of-Paradip-be-renamed-Biju-Patnaik
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

ପାରାଦୀପ ବନ୍ଦରର ନାମ ପରିବର୍ତ୍ତନ କରି ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି । ଆଜି ରାଜ୍ୟସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ବିଜୁ ପଟ୍ଟନାୟକ ଓଡ଼ିଶାର ଆର୍ଥିକ ସ୍ଥିତି ଭଲ ନଥିବା ସମୟରେ ଏହି ବନ୍ଦର ଆରମ୍ଭ କରିଥିଲେ। ଆରମ୍ଭ ସମୟରେ ସେତେବେଳେ ରେ କେନ୍ଦ୍ର ର କଂଗ୍ରେସ ସରକାର ସହଯୋଗ କରିନଥିଲା। ପରବର୍ତୀ ପର୍ଯ୍ୟାୟ ରେ ଏହାକୁ ସହଯୋଗ ଦେଇଥିଲେ। ଏବଂ କେନ୍ଦ୍ର ସରକାର ଏକ ପଦକ୍ଷେପ ଆଣିଛନ୍ତି ଯାହାକି ବହୁତ ସ୍ୱାଗତ ଯୋଗ୍ୟ ।

ଯେଉଁଥିରେ ଅନେକ ବନ୍ଦରର ନାମ ଦେଶ ପାଇଁ ଜାତି ପାଇଁ ଭଲ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ନାମରେ କରିଛନ୍ତି। କେ କାମରାଜଙ୍କ ନାମରେ ଗୋଟିଏ ବନ୍ଦର ନାମିତ ହୋଇଛି। ସେହିପରି କୋଲକାତା ବନ୍ଦର ର ନାମ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ନାମରେ ଗୁଜୁରାଟ ବନ୍ଦରର ନାମ ଶ୍ୟାମା ପ୍ରସାଦ ମୁଖାର୍ଜୀ ।

ସେଥିପାଇଁ ମୁଁ ଦାବି କରିଛି ବିଜୁ ବାବୁଙ୍କ ନାମରେ ଏହା ନାମିତ ହେଉ। ଏହି ପ୍ରସଙ୍ଗକୁ ଅନେକ ଦଳ ସମର୍ଥନ ଦେଇଛନ୍ତି। ବିଭାଗୀୟ ମନ୍ତ୍ରୀ ମଧ୍ୟ ଏହା ଉପରେ ସକାରାତ୍ମକ ଭାବ ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment