ପଶ୍ଚିମବଙ୍ଗ ହିଂସା ଉପରେ ଇସିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ପ୍ରଧାନ ସଚିବ ଓ ଗୃହ ସଚିବଙ୍କ ଛୁଟି, ପ୍ରଚାର ଉପରେ ଲାଗିଲା ରୋକ୍
Khabar Odisha:Politics-odisha-no-election-campaign-in-west-bengal-from-10-pm-16-may-2019-says-ec-after-bjp-tmc-clash
ନୂଆଦିଲ୍ଲୀ,ମେ୧୫(ଖବର ଓଡ଼ିଶା):

ପଶ୍ଚିମବଙ୍ଗରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ରୋଡ୍ ସୋକୁ ନେଇ ହୋଇଥିବା ବିବାଦ ପରେ ନିର୍ବାଚନ ଆୟୋଗ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ଦିନକ ଆଗରୁ ନିର୍ବାଚନ ପ୍ରଚାର ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି। କାଲି ରାତି ୧୦ଟା ପରେ ପଶ୍ଚିମବଙ୍ଗର ୯ ଲୋକସଭା ସିଟରେ ନିର୍ବାଚନ ପ୍ରଚାର  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟର ୨ ପ୍ରଧାନ ସଚିବ, ଗୃହ ସଚିବଙ୍କୁ ଛୁଟିରେ ଯିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ବିଭାଗର ଦାୟିତ୍ଵ ଦିଆଯାଇଛି। ଏଡିଜି ସିଆଇଡି ରାଜୀବ କୁମାରଙ୍କୁ ଗୃହ ମନ୍ତ୍ରଣାଳୟକୁ ବଦଳି କରାଯାଇଛି। 

ପ୍ରଥମ ଥର କାର୍ଯ୍ୟାନୁଷ୍ଠାନ

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହା ପ୍ରଥମ ଥର ଧାରା ୩୨୪କୁ ପ୍ରୟୋଗ କରିଛନ୍ତି। ଯଦି ନିର୍ବାଚନ ସମୟରେ ଏମିତି ଘଟଣା ପୁର୍ନବାର ଘଟେ ତେବେ ପୁଣି ଥରେ ଏମିତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଉଲ୍ଲେଖଯୋଗ୍ୟ, ମେ ୧୯ରେ ସପ୍ତମ ପର୍ଯ୍ୟାୟରେ  ପଶ୍ଚିମବଙ୍ଗରେ ୯ଟି ଲୋକସଭା ଆସନରେ ମତଦାନ ହେବ। ଏହାକୁ ନେଇ ପୂରା ରାଜନୈତିକ ଦଳ ନିଜର ପ୍ରଚାରକୁ ଜୋରସୋର କରିଛନ୍ତି।  ମଙ୍ଗଳବାର ବିଜେପି ଅଧ୍ୟକ୍ଷ  ଅମିତ୍ ଶାହାଙ୍କ ରୋଡ୍ ସୋ ସମୟରେ ଖୁବ୍ ହଙ୍ଗାମା ହୋଇଥିଲା। ଏହି ସମୟରେ କଲେଜରେ ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ରୋଡ୍ ସୋ ସମୟରେ ବିଜେପି କାର୍ୟ୍ୟଶକର୍ତ୍ତାଙ୍କ ଉପରେ ଟିଏମସି କାର୍ଯ୍ୟକର୍ତ୍ତା ହମଲା କରିଥିଲେ। ପ୍ରତି ଜବାବରେ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ହମଲା କରିଥିଲେ। 

ଉଲ୍ଲେଖଯୋଗ୍ୟ, ରାଜ୍ୟର ୯ ଲୋକସଭା ସିଟ୍ ଉପରେ ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଚାର କାର୍ଯ୍ୟକ୍ରମ ଥିଲା। ମାତ୍ର ଆୟୋଗ ଗୋଟିଏ ଦିନ ପୂର୍ବରୁ ଇସି କାର୍ଯ୍ୟାନୁଷ୍ଠାନ ଉଠାଇ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Subscribe

National International State Sports Entertainment