ବିଜେପି ମୁଖ୍ୟାଳୟରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ, କଂଗ୍ରେସ ମହଲରେ ନିରବତା
Khabar Odisha:Politics-odisha-bjp-workers-prepare-for-d-day-silence-but-hope-at-cong-hq
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

 ଏକଜିଟ୍ ପୋଲରେ ଏନଡିଏ ପୁର୍ନବାର ସରକାର ଗଠନ କରୁଥିବା ସଙ୍କେତ ମିଳିବା ପରେ କ୍ଷମତାଧାରୀ ବିଜେପି ଓ ବିରୋଧୀ କଂଗ୍ରେସ କାର୍ୟ୍ୟ କର୍ତ୍ତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ବିଜେପି ମୁଖ୍ୟାଳୟରେ ଗୋଟିଏ ପଟେ ମେ ୨୩କୁ ନେଇ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହେଉଛି, ଅନ୍ୟ ପଟେ କଂଗ୍ରେସ ମୁଖ୍ୟାଳୟରେ ନିରବ ଛାଇ ଯାଇଛି, ମାତ୍ର କାର୍ଯ୍ୟକର୍ତ୍ତା ଭଲ ଫଳାଫଳ ନେଇ ଆଶାବାଦୀ ଅଛନ୍ତି।

ଏକଜିଟ୍ ପୋଲର ଅନୁମାନକୁ ଦେଖିବା ପରେ ବିଜେପି ନିଜର ମୁଖ୍ୟାଳୟରେ ଲୋକସଭା ନିର୍ବାଚନର ଫଳାଫଳ ପରେ ବଡ଼ ଧରଣର ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ସାତ ପର୍ଯ୍ୟାୟ  ନିର୍ବାଚନରେ କଡ଼ା ପରିଶ୍ରମ କରିଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟ ପଟେ ମେ ୨୩କୁ ନେଇ ପୂରା ଜୋରସୋରରେ ପ୍ରସ୍ତୁତି ମଧ୍ୟ ଚାଲିଛି। 

ବିଜେପି ମିଡିଆ ସେଲର ଜିତେନ୍ଦ୍ର ରାଓ୍ଵତ କହିଛନ୍ତି ଯେ, ଆମର ପୂରା ଧ୍ୟାନ ନିର୍ବାଚନ ଉପରେ ଥିଲା ଏବଂ ପ୍ରତ୍ୟେକଙ୍କ ଛୁଟି ବାତିଲ କରାଯାଇଥିଲା। ଆମେ ନିର୍ବାଚନ ସମୟରେ ୨୪ ଘଣ୍ଟା କାମ କରୁଥିଲୁ ଏବଂ ଆମକୁ ଆଶା ଥିଲା ଯେ ଆମେ ୩୦୦  ସିଟ୍ ଜିତିବୁ।

ପଞ୍ଜାବର ବିଜେପି କାର୍ଯ୍ୟକର୍ତ୍ତା ସମୀର ଛାବଡା କହିଛନ୍ତି ଯେ, ସେ ନିଜର ଗୃହ ସହର ଯିବାକୁ ଚାହୁଁଛନ୍ତି, ଯଦ୍ଵାରା ସେ ମେ ୨୩ରେ ନିଜ ପରିବାର ସହିତ ଖୁସି ମନାଇ ପାରିବେ। ଛଅ ବର୍ଷ ଧରି ଆରଏସଏସରେ ଜଡ଼ିତ ଥିବା  ବିଜେପି କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ ବଂଶଲ କହିଛନ୍ତି ଯେ, କିଏ ହାରିଲା ଏବଂ ଜିତିଲା ଏହା ମୂଳ ଉଦ୍ଦେଶ୍ୟ ନୁହେଁ। ଆମର କାମ ଲୋକଙ୍କ ବିକା କରିବା।

ଅନ୍ୟ ପଟେ କଂଗ୍ରେସ ମୁଖ୍ୟାଳୟରେ ନିରବତାର ମାହୋଲ ରହିଛି ଏବଂ କିଛି କାର୍ୟ୍ୟ କର୍ତ୍ତା ପିଏମ ନରେନ୍ଦ୍ର ମୋଦୀଙ୍କ କ୍ଷମତାକୁ ଫେରିବା ସମ୍ଭାବନାକୁ ଖାରଜ କରିଛନ୍ତି। କାର୍ୟ୍ୟୟକର୍ତ୍ତା ରାମ ସିଂହ କହିଛନ୍ତି ଯେ, କଂଗ୍ରେସ ନିଶ୍ଚିତ ରୂପେ ଭଲ ପ୍ରଦର୍ଶନ କରିବ। ଯଦି ଏମିତି ନହୁଏ ତେବେ ସ୍ପଷ୍ଟ ଯେ, ଇଭିଏମ ସହ ଗଡ଼ବଡ଼ କରାଯାଇଛି। 

Subscribe

National International State Sports Entertainment