ବିଜେପି ନେତାଙ୍କ ଦୃଢୋକ୍ତି- ଶୀଘ୍ର ସନ୍ନ୍ୟାସ ନେଇ ବିଜେପିରେ ଯୋଗ ଦେବେ ଧୋନୀ !
Khabar Odisha:Politics-odisha-bjp-leader-sanjay-paswan-claim-that-ms-dhoni-will-soon-join-bjp
ମେରଠ,ଜୁଲାଇ୧୧(ଖବର ଓଡ଼ିଶା):

ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେବା ପରେ ଏବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାସଓ୍ଵାନ ଦାବି କରିଛନ୍ତି ଯେ, ଧୋନୀ ଶୀଘ୍ର ‘ଟିମ୍ ମୋଦୀ’ର ଅଂଶ ହେବାକୁ ଯାଉଛନ୍ତି। ପାସଓ୍ଵାନଙ୍କ ମୁତାବକ ଏହି ଆଲୋଚନା ବହୁ ପୂର୍ବରୁ ଚାଲିଥିଲା ଏବଂ ଯଦି ତାଙ୍କର ପ୍ରୟାସ ସଫଳ ହୁଏ ତେବେ ଧୋନୀ ଶୀଘ୍ର ସନ୍ନ୍ୟାସ ନେଇ ବିଜେପିରେ ସାମିଲ ହୋଇ ପାରନ୍ତି।

ସଞ୍ଜୟ ପାସଓ୍ଵାନ ଏକ ଘରୋଇ ସମାଚାର ଚ୍ୟାନେଲ ଆଜତକ ସହ ଆଲାେଚନା ବେଳେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ବିଜେପିରେ ସାମିଲ ହେବା ସମ୍ବନ୍ଧରେ ସେ ଅନେକ ଥର ଧୋନୀଙ୍କୁ ଭେଟିଛନ୍ତି। ଧୋନୀ ଶୀଘ୍ର କ୍ରିକେଟରୁ ଅବସର ନେଇ ବିଜେପିରେ ସାମିଲ  ହେବେ। ପାସଓ୍ଵାନ କହିଛନ୍ତି ଯେ, କ୍ରିକେଟ୍ ଜରିଆରେ ଧୋନୀ ଦେଶର ବହୁତ ସେବା କରିଛନ୍ତି ଏବଂ ଏବେ ସେ ସମାଜ ଓ ଦେଶର ସେବା ପାଇଁ ରାଜନୀତିରେ ଆସିବାକୁ ଯାଉଛନ୍ତି। ସେ ଧୋନୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ଏବଂ ଶୀଘ୍ର ସେ ଦେଶ ପାଇଁ ଏହି ଦିଗରେ ନିଷ୍ପତ୍ତି ନେବେ। 

ମାତ୍ର ପାସଓ୍ଵାନ ଏହା ସ୍ପଷ୍ଟ କରି ନାହାନ୍ତି ଯେ, ଧୋନୀ ଏହି ବିଷୟରେ କୌଣସି ଅନ୍ତିମ ନିଷ୍ପତ୍ତି ନେଇଛନ୍ତି ନା ନାହିଁ। ଉଲ୍ଲେଖଯୋଗ୍ୟ, ବିଜେପି ଲୋକସଭା ନିର୍ବାଚନ  ପୁର୍ବରୁ ‘ସଂପର୍କ ଫର ସମର୍ଥନ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା। ଯାହା ଜରିଆରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଧୋନୀଙ୍କୁ ସାକ୍ଷାତ କରିଥିଲେ। ମାତ୍ର ଶାହା ଏହାକୁ ଏକ ଔପଚାରିକ ସାକ୍ଷାତ କହିଥିଲେ।  ସଞ୍ଜୟ ପାସଓ୍ଵାନଙ୍କ ମୁତାବକ ଧୋନୀଙ୍କ ସହିତ ତାଙ୍କର ନଜର ଅନ୍ୟ ସେଲିବ୍ରିଟିଙ୍କ ଉପରେ ମଧ୍ୟ ରହିଛି, ଯେଉଁମାନେ ଅନ୍ୟ କ୍ଷେତ୍ରରେ ଦେଶର ନାମ ଉଜ୍ଜ୍ଵଳ କରୁଛନ୍ତି।

Subscribe

National International State Sports Entertainment