ଏକଜିଟ୍ ପୋଲ ପରେ ମନ୍ତ୍ରୀ ଓ ଏନଡିଏ ନେତାଙ୍କ ସହ କାଲି ଅମିତ୍ ଶାହାଙ୍କ ଭେଟ୍, ପିଏମ ମୋଦୀ ରହିବେ ଉପସ୍ଥିତ
Khabar Odisha:Politics-odisha-amit-shah-to-meet-bjp-ministers-from-the-union-council-of-ministers-nda-leaders-tomorrow
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

ଏକଜିଟ୍ ପୋଲରେ ବିଜେପି ସମର୍ଥିତ ଏନଡିଏକୁ ମିଳୁଥିବା ବହୁମତ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଙ୍ଗଳବାର ଅପରାହ୍ନ ୪ଟାରେ କେନ୍ଦ୍ର ମନ୍ତ୍ରିପରିଷଦର ବିଜେପି ମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଏହା ପରେ ସନ୍ଧ୍ୟା ୭ଟାରେ ଅମିତ୍ ଶାହା ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ନେତାଙ୍କୁ ରାତ୍ରୀଭୋଜନ ଦେବେ। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ।

ରବିବାର ସନ୍ଧ୍ୟାରେ ଆସିଥିବା ସମସ୍ତ ଏକଜିଟ୍ ପୋଲରେ ଦେଶର କୋଣ ଅନୁକୋଣରେ ପ୍ରଚଣ୍ଡ ବହୁମତ ମିଳୁଥିବା ଦେଖିବାକୁ ମିଳିଛି। ୟୁପି ଓ ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଭଲ ସିଟ୍ ଜିତୁଥିବା ଅନୁମାନ କରାଯାଉଛି। ବିଜେପି ସୂତ୍ର ମୁତାବକ ଶାହାଙ୍କ ପକ୍ଷରୁ ଏନଡିଏ ନେତାଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରାଯିବ ଏବଂ ଏହି ସମୟରେ ମେଣ୍ଟର ରଣନୀତି ନେଇ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଶାହାଙ୍କ ଏହି ବୈଠକ ସେହି ଦୃଷ୍ଟିରୁ ମଧ୍ୟ ମହତ୍ଵପୂର୍ଣ୍ଣ କାରଣ ମେ ୧୭ରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଚଳିତ ନିର୍ବାଚନରେ ୩୦୦ ସିଟ୍ ଜିତିବାର ଦାବି କରିଥିଲେ। ଏକଜିଟ୍ ପୋଲ ମଧ୍ୟ ତାଙ୍କର ଏହି ଦାବି ଉପରେ ମୋହର ମାରିଛି। ଯାହା ମଙ୍ଗଳବାର ମିଟିଂରେ ଏନଡିଏର ରଣନୀତିକୁ ଅଧିକ ଶାଣିତ କରିବ। 

ସାମ୍ଵାଦିକ ସମ୍ମିଳନୀରେ ଶାହା କହିଥିଲେ ଯେ, ମେ ୨୩ରେ ଫଳାଫଳ ଆସିବା ପରେ ବିଜେପି ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବ। ମେଣ୍ଟ ସହଯୋଗରେ ସରକାର ଗଠନ ହେବ ଏବଂ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ। ଏଥିରେ କୌଣସି ପ୍ରକାରର ଦ୍ଵିମତ ନାହିଁ। ସେ କହିଥିଲେ ଯେ, ଯଦି କୌଣସି ପାର୍ଟି  ବିଜେପି ନୀତିରେ ପ୍ରଭାବିତ ହୋଇ ସରକାରରେ ସାମିଲ ହେବାକୁ ଚାହିଁବେ ତେବେ ସେମାନଙ୍କ ପାଇଁ ଆମ ଦ୍ଵାରା ସର୍ବଦା ଖୋଲା। ଶାହା କହିଛନ୍ତି ଯେ ଆମେ ପଶ୍ଚିମବଙ୍ଗ ସହିତ ଓଡ଼ିଶାରେ ମଧ୍ୟ ଭଲ ପ୍ରଦର୍ଶନ କରିବୁ ଏବଂ ଦକ୍ଷିଣ ସବୁ ରାଜ୍ୟରେ ଆମର ସିଟ୍ ବଢିବ। ଆମେ ମହାରାଷ୍ଟ୍ରରେ ଆହୁରି ଉନ୍ନତ ପ୍ରଦର୍ଶନ କରିବୁ। 

Subscribe

National International State Sports Entertainment