୩୩ଟି ବୁଥରେ ହୋଇଛି ରିଗିଂ, ୨୬ଟି ବୁଥ କ୍ୟାପଚର ହୋଇଛି,୩୦୧ଟି ବୁଥରେ ରି-ପୋଲିଂ କରାଯାଉ: ବିଜେପି
Khabar Odisha:Politics-odisha-33-booth-rining-26-booth-captured-in-the-state-alleged-bjp-to-CEO-today
ଭୁବନେଶ୍ଵର, ଏପ୍ରିଲ୧୯(ଖବର ଓଡ଼ିଶା):

ଗତକାଲି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସଂପନ୍ନ ହୋଇଛି। ଏଥିରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ମତଦାନ ହୋଇଛି। ମାତ୍ର ୨ୟ ପର୍ଯ୍ୟାୟ ମତଦାନରେ ୩୩ଟି ବୁଥରେ ରିଗିଂ ହୋଇଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛନ୍ତି। ଏହା ସହ ୩୦୧ଟି ବୁଥରେ  ରି-ପୋଲିଂ କରିବାକୁ ବିଜେପି ଦାବି କରିଛି।

ପ୍ରଥମ ପର୍ଯ୍ୟାୟରେ ବିଜେଡି ୬ଟି ବୁଥ କ୍ୟାପଚରିଂ କରିଥିଲା ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨୬କୁ ପହଂଚିଛି । ବିଜେଡି ଦଳ ଗୁଣ୍ଡାରାଜ କରାଇ ଭୋଟରମାନଙ୍କୁ ଡରାଇ ଲୋକମାନଙ୍କୁ ମତଦାନରୁ ବଂଚାଇବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୨୭ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହା ୪୭ରେ ପହଂଚିଛି । ସେହିପରି  ବିଜେଡି ଦଳ ପ୍ରଥମ ପର୍ଯ୍ୟାୟରେ ୬ଟି ରେ ବୁଥ୍ ରିଗିଂ କରିଥିଲା ଏବେ ୨ୟ ପର୍ଯ୍ୟାୟରେ ଏହା ୩୩ରେ ପହଂଚିଛି । ଯେଉଁଭଳି ବୁଥ୍ କ୍ୟାପଚରିଙ୍ଗ ଏବଂ ରିଗିଂ ବଢିଚାଲିଛ ଏହାର  ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ପରିମାଣର ପୋଲିସ ବାହିନୀଙ୍କୁ ମୁତୟନ କରାଯାଉନାହିଁ, ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଉ ନାହିଁ ଏବଂ ବିଜେଡି ପ୍ରଭାବ ଶାଳୀ ନେତାମାନଙ୍କୁ ପୋଲିସ ସୁଯୋଗ ଦେଉଛି । ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ  ୧୦୫ ବୁଥ୍କୁ ପୁନଃ  ମତଦାନ କରିବାକୁ ବିଜେପି ଦାବି କରିଥିଲା ଯାହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କରାଇ ଦେଲେ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି ହୋଇଥିବା ୩୦୧ ବୁଥ୍ରେ ପୁନଃ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଦାବି କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।  

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଅଧିକାରୀ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅବହେଳା କରିଛନ୍ତି  । ହିଞ୍ଜିଳିରେ ୩ଟି ବୁଥ ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା କ୍ୟାପଚରିଂ ହୋଇଛି । ବିଜେପୁରରେ ୭ ଟି ଯାଗାରେ କ୍ୟାପଚରିଂ ହୋଇଛି ।  ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଲଢୁଥିବା ସ୍ଥାନରେ ୧୨ଟି ବୁଥ୍ କ୍ୟାପଚରିଂ ହୋଇଛି ଯେଉଁଥିରେ ୭ଟିରେ ଏକପାଖିଆ ଭାବେ ବିଜେପିର ଏଜେଟଂମାନଙ୍କୁ ପୋଲିସ ଲଗାଇ ବୁଥରୁ ବାହାର କରି ଦିଆଯାଇଛି । ଅତାବିରା ନିର୍ବାଚନୀ ମଣ୍ଡଳୀରେ ସ୍ନେହାଙ୍ଗୀନି ଛୁରିଆଙ୍କ ଲୋକ ମାନେ ବୁଥ କ୍ୟାପଚରିଂ କରି ଏକପାଖିଆ କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଇଛି । ଭଞ୍ଜନଗର ନିର୍ବାଚନି ମଣ୍ଡଳୀରେ ବିକ୍ରମ କେଶରୀ ଆରୁଖଙ୍କ ବୁଥ୍ରେ ରିଗିଂ କରାଯାଇଛି । ୧୨୬ ନମ୍ବର ବୁଥ୍ ଯେଉଁଠି ହତ୍ୟାକାଣ୍ଡ ହୋଇଥିଲା ଲୋକମାନେ ସେଠି ଭୋଟ ବର୍ଜନ କରିଥିଲେ ଏହାକୁ ଏକ ପାକ୍ଷିଆ କରି ବିଜେଡିର ଗୁଣ୍ଡାମାନେ ଭୋଟ ଦେଇଛନ୍ତି । ବୌଦ୍ଧରେ ମଧ୍ୟ ୪ଟି ବୁଥ୍ରେ ବିଜେଡିର ଗୁଣ୍ଡାମାନେ ଦାଦାଗିରି କରି ଭୋଟକୁ ଏକପାଖିଆ କରିଛନ୍ତି । 

ଉଲ୍ଲେଖଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨ ପ୍ରତିଶତ ମତଦାନ ହୋଇଛି। ଏଥିରେ ୫ଟି ଲୋକସଭା ଆସନ ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗୀର ୭୪.୩୩ ପ୍ରତିଶତ, ବଲାଙ୍ଗୀରରେ ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସ୍କାରେ ୬୫.୮୯ ପ୍ରତିଶତ ହୋଇଛି। 

  • Tags:

Subscribe

National International State Sports Entertainment