ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା
Khabar Odisha:Politics-Odisha-farmers-wilk-get-Kalia-money
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

 କାଳିଆ ଯୋଜନାର ଅନ୍ତର୍ଭୂକ୍ତ ଭୂମିହୀନ ଚାଷୀଙ୍କୁ ଆସନ୍ତା ଫେବୃୟାରୀ ୧୫ରେ ସହାୟତା ଟଙ୍କା ବଣ୍ଟନ କରାଯିବ । ପ୍ରାୟ ସାଢେ ଚାରି ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ କାଳିଆ ଟଙ୍କା ପ୍ରଦାନ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି ।

ଆଜି ସଚିବାଳୟରେ କାଳିଆ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୫ରେ କାଳିଆ ଯୋଜନାର ଅନ୍ତର୍ଭୂକ୍ତ ଭୂମିହୀନ ଚାଷୀଙ୍କୁ  କାଳିଆ ଟଙ୍କା ଦିଆଯିବ । ଫେବୃଆରୀ ୨୨ ତାରିଖରେ ୧୪ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । କାଳିଆ ଯୋଜନା କମିଟି ବୈଠକ ପରେ କୃଷି ସଚିବ ସୂଚନା ଦେଇଛନ୍ତି ।

Subscribe

National International State Sports Entertainment