ବିଜେପୁରରେ କଂଗ୍ରେସର ସ୍ଥିତି ଠିକ ନାହିଁ, ଫଳାଫଳ କଣ ହେବ କହି ହେବନାହିଁ: ତାରା ପ୍ରସାଦ ବାହିନୀପତି
Khabar Odisha:Politics-Odisha-Tara-Prasad-Bahini-pati-said-about-bijepur-bypoll
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

ଆଜି ବରଗଡ଼ ବିଜେପୁର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସମସ୍ତ ରାଜନୈତିକ ଦଳ ବିଜେପୁର ଆସନ ଆତେଇବାକୁ ଆଶା ଧରି ବସିଛନ୍ତି । ଏହା ମଧ୍ୟରେ ବିଜେପୁରରେ କଂଗ୍ରେସର ଅବସ୍ଥା ଭଲ ନାହିଁ ତେଣୁ ଫଳାଫଳ କଣ ହେବ କହି ହେବ ନାହିଁ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି । 

ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇସାରିଛି । ଆସନ୍ତା ୨୪ତାରିଖରେ ଏହାର ଫଳାଫଳ ଆସିବ । ଏହି ଆସନ ପାଇଁ ମଇଦାନରେ ମୋଟ ୫ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପୁରରେ କଂଗ୍ରେସର ସ୍ଥିତି ଭଲ ନଥିବାରୁ ଏହି ଆସନକୁ ନେଇ କଣ ଫଳାଫଳ ଆସିବ ତାହା ଅନିଶ୍ଚିତ ବୋଲି ତାରା ପ୍ରସାଦ ବାହିନୀପତି ପ୍ରତିକ୍ରିୟା ଦେଇଛନ୍ତି । ବିଜେପୁର ନିର୍ବାଚନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାତ୍ର ୨୦ଲକ୍ଷ ଟଙ୍କା ଦେଇଛନ୍ତି ।  ବିଜେପୁର ଆସନ ହାତେଇବା ପାଇଁ ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଛି । ମୋଟ ୨୮୫ ମତଦାନ କେନ୍ଦ୍ରରେ ୨ ଲକ୍ଷ ୩୨ ହଜାର ୨୬୪ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ । 

ଏହା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି  ଯାଜପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ପ୍ରମାଣ ନଷ୍ଟ କରାଯାଉଛି ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସ୍ମିତାରାଣୀ ବିଶ୍ୱାଳଙ୍କ ମୃତଦେହ ମିଳିବା ଗେଷ୍ଟ ହାଉସର ସିସିଟିଭି ଫୁଟେଜ କୁଆଡ଼େ ଗଲା ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ମୃତାଙ୍କ ଚରିତ୍ର ସଂହାର ହୋଇଛି କିନ୍ତୁ ଏହାକୁ ନେଇ ରାଜପୀତି ଚାଲିଛି ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment