ନବୀନଙ୍କ ପୂର୍ବରୁ ପ୍ରାର୍ଥୀଘୋଷଣା କରି ପ୍ରତାପ ଦେଖାଇଲେ ବିଜେଡିରେ ନିଜର ଶକ୍ତି
Khabar Odisha:Politics-Odisha-Pratap-show-the-power-in-bjd-by-declaring-candidate-list-before-Naveen
ଭୁବନେଶ୍ୱର, ୧୫ ମାର୍ଚ୍ଚ (ଖବର ଓଡିଶା):

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାୱାର ସୋ  । ବିଜେଡିରେ ଟିକେଟ କିଏ ପାଇବ ଏହାକୁ ନେଇ ସମସ୍ତେ ସନ୍ଦିହାନୀ ହୋଇପଡିଥିବା ବେଳେ ସର୍ବସାଧାରଣରେ ଦଳୀୟ ଟିକେଟ୍ ଘୋଷଣା କରି ଦଳରେ ନିଜର ଶକ୍ତି ଦେଖାଇଛନ୍ତି ମାହାଙ୍ଗାର ବିଧାୟକ ଶ୍ରୀ ଜେନା  । ଏପରିକି ବିଜେଡିରେ ସେ ସଭାପତିଙ୍କ ଠାରୁ ବଳିୟାନ୍ ବୋଲି ନିଜକୁ ପ୍ରମାଣ କରିବାକୁ ଭୁଲିନାହାନ୍ତି  । ପ୍ରତାପ ଜେନାଙ୍କ ଏପରି ଘୋଷଣାକୁ ନେଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି  । ଏପରିକି ଦଳର ଟିକେଟ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଉଛନ୍ତି ନା ପ୍ରତାପ ଜେନା ଦେଉଛନ୍ତି ଏହାକୁ ନେଇ ଏବେ ଦଳର ନେତାମାନେ ଚିନ୍ତା ପ୍ରକଟ କରିଛନ୍ତି  ।

କଟକ ଜିଲ୍ଲା ସାଲେପୁରରେ ଦଳର ଏକ କାର‌୍ୟ୍ୟକ୍ରମରେ ପ୍ରଶାନ୍ତ ବେହେରାଙ୍କୁ ଭୋଟ ଦେଇ ଜିତାଇବା ସହ ପ୍ରଲୋଭନ ଦେଖାଇ ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ ଶ୍ରୀ ଜେନା  । ଏପରିକି ପ୍ରଶାନ୍ତ ବେହେରା ଏଠାରୁ ପ୍ରାର୍ଥୀ ହେବାନେଇ ଘୋଷଣା କରିବା ପରେ ସ୍ଥାନୀୟ ବିଜେଡିରେ ଅସନ୍ତୋଷ ପ୍ରକାଶ ପାଇଛି  । ଏପରିକି ଏପରି ଘୋଷଣା କରି ଦଳର ନିୟମକୁ ଶ୍ରୀ ଜେନା ଉଲଂଘନ କରିଛନ୍ତି ବୋଲି ଏବେ ନିଜ ଦଳର କର୍ମୀମାନେ କହି ବୁଲିବାରେ ଲାଗିଛନ୍ତି  ।

ବିଜେଡିରେ କିଏ ପ୍ରାର୍ଥୀ ହେବ ଏକଥା ଦଳର ହାଇକମାଣ୍ଡ ଘୋଷଣା କରୁଥିବା ବେଳେ ପ୍ରତାପ ଜେନା କେଉଁ ବଳରେ ଏହି କଥା ଘୋଷଣା କଲେ ଏହାକୁ ନେଇ ଏବେ ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି  ।

Subscribe

National International State Sports Entertainment