ପିଏମ କିଶାନ ଯୋଜନା ଚିଠି ପାଇଛୁ, ପରୀକ୍ଷା ନିରୀକ୍ଷା ଚାଲିଛି : ସୌରଭ ଗର୍ଗ
Khabar Odisha:Politics-Odisha-Agriculture-Secretary-Saurav-Garg-responds-query-on-implementation-of-PM-KISAN-scheme-in-the-State
ଭୁବନେଶ୍ୱର, ଫେବୃଆରୀ ୧୨(ଖବର ଓଡ଼ିଶା):

 ପିଏମ କିଶାନ ଯୋଜନା କାର‌୍ୟ୍ୟକାରୀରେ ଶିଥିଳତା ଦେଖାଦେଇଛି । ଏନେଇ କେନ୍ଦ୍ର ଠାରୁ ଚିଠି ପାଇଛୁ ଓ ତାର ପରୀକ୍ଷା ନିରୀକ୍ଷା କରାଯାଉଛି ବୋଲି ସୂଚନା ଦେଇଛନ୍ତି କୃଷି ସଚିବ ସୋରଭ ଗର୍ଗ ।

ପିଏମ କିଶାନ ଯୋଜନା କାର୍ଯ୍ୟକାରୀକୁ ନେଇ ମନ୍ତବ୍ୟ ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।  କେନ୍ଦ୍ରକୁ ପିଏମ କିଶାନ ଯୋଜନା ଅର୍ନ୍ତଭୂକ୍ତ ଚାଷୀଙ୍କ ତାଲିକା ଦିଆଯିବ ସେ ନେଇ  କୋଣସି ସ୍ୱଷ୍ଟ ସୂଚନା ଦେଇନାହାନ୍ତି ସୋରଭ ଗର୍ଗ । କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ପିଏମ କିଶାନ ଯୋଜନା ପାଇଁ କେନ୍ଦ୍ର ଠାରୁ ଚିଠି ପାଇଛୁ ଓ ତାର ପରୀକ୍ଷା ନିରୀକ୍ଷା ଚାଲିଛି । ସେ ଏବେ କାଳିଆ ଯୋଜନା ତାଲିକା ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ।୨୫ ସୁଦ୍ଧା ପିଏମ କିଶାନ ଯୋଜନା ତାଲିକା ପ୍ରସ୍ତୁତି ହେବ କି ନାହିଁ ତାହା ମଧ୍ୟ ସେ ସ୍ପଷ୍ଟ କରିନାହାନ୍ତି ।

Subscribe

National International State Sports Entertainment