କାୟା ବିସ୍ତାର କରୁଛି କରୋନାର ଘାତକ ଭ୍ୟାରିଆଣ୍ଟ, କର୍ଣ୍ଣାଟକ ପରେ ଗୁଜୁରାଟରେ ଚିହ୍ନଟ ହେଲା ‘ଓମିକ୍ରନ୍‌’
Khabar Odisha:Omicron-TensionRaises-After-Karnataka-Omicron-is-Detected-in-Gujrat

ଅହମଦାବାଦ୍‌, ଡିସେମ୍ବର ୪(ଖବର ଓଡ଼ିଶା): ଧିରେ ଧିରେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନାର ନୂଆ ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ । କର୍ଣ୍ଣାଟକ ପରେ ପରେ ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି ଏହି ଭୟଙ୍କର ଭ୍ୟାରିଆଣ୍ଟ ।

୩୦ ଟି ଦେଶରେ ବ୍ୟାପିସାରିଥିବା ଏହି ଭୟଙ୍କର ଭ୍ୟାରିଆଣ୍ଟକୁ ନେଇ ପୁରା ବିଶ୍ୱ ଏବେ ଚିନ୍ତାରେ । ଏହା ଡେଲଟା ଭ୍ୟାରିଆଣ୍ଟ ଠାରୁ ଢେର ଗୁଣାରେ ଅଧିକ ପ୍ରଭାବୀ ହୋଇଥିବା ବେଳେ ଏହା ଅତି କ୍ଷୀପ୍ର ଗତିରେ ଏବେ ଭାରତରେ କାୟା ବିସ୍ତାର କରିବା ଆରମ୍ଭ ହୋଇଛି ।

କର୍ଣ୍ଣାଟକ ପରେ ଆଜି ଗୁଜୁରାଟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଗୁଜୁରାଟ ଜାମନଗରରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଜିନୋମ୍ ସିକ୍ୱେନ୍ସ କରାଯାଇ ସେ ଓମିକ୍ରନ୍ ଭ୍ୟାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ବୋଲି ଗୁଜୁରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ସେହି ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ଓମିକ୍ରନ୍ ପ୍ରଥମ କରି ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା । ଏହାପରେ ଏହା ଏବେ ପୁରା ବିଶ୍ୱରେ ତାଣ୍ଡ ରଚିବା ଆରମ୍ଭ କରିଛି ।

ଅନ୍ୟପଟେ ଏହା ପୂର୍ବରୁ ଭାରତରେ ଦୁଇ ଦିନ ତଳେ କର୍ଣ୍ଣାଟକରେ ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଏହି ଆକ୍ରାନ୍ତ ମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇ ପ୍ରୋଟୋକଲ ଅନୂଯାଇ ଚିକିତ୍ସା କରାଯାଉଛି ।

ଏହାସହିତ ଏମାନଙ୍କ କଣ୍ଟାକ୍ଟରେ ଆସିଥିବା ଲୋକମାନଙ୍କ ଟ୍ରେସିଂ କରାଯାଇ ସୋମନଙ୍କର କରୋନା ଟେଷ୍ଟ କରାଯାଉଛି ।

  • Tags:

Subscribe

National International State Sports Entertainment