ମୁଁ ମାଲିକ ନୁହେଁ ସେବକ, ପ୍ରତ୍ୟେକ ଦିନର ହିସାବ ଦେଉଛି- ନରେନ୍ଦ୍ର ମୋଦି
Khabar Odisha:National-politics-Election-Odisha-pm-modi-interaction-with-business-community-in-delhi-talkatora-stadium
ନୂଆଦିଲ୍ଲୀ, ଏପ୍ରିଲ ୧୯ (ଖବର ଓଡିଶା):

ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନର ଭୋଟଗ୍ରଙଣ ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ବ୍ୟବସାୟୀମାନଙ୍କର ଏକ ସମ୍ମିଳନୀରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ କହିଥିଲେ କି ବ୍ୟବସାୟୀମାନେ ସର୍ବଦା ଦେଶ କଥା ଚିନ୍ତା କରିଛନ୍ତି ଏବଂ ନିଜକୁ ସବୁବେଳେ ଦେଶର ଆବଶ୍ୟକତା ସହିତ ଯୋଡିଛନ୍ତି । ମୁଁ ମାଲିକ ନୁହେଁ ସେବକ ଓ ପ୍ରତ୍ୟେକ ଦିନର ହିସାବ ଦଉଛି ବୋଲି କହିଥିଲେ ମୋଦି । 

ବ୍ୟବସାୟୀମାନଙ୍କୁ ସମ୍ବୋଧିତ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ କି ଆମ ଦେଶର ବ୍ୟବସାୟୀଙ୍କ ଶକ୍ତି ଥିଲା ଯେଉଁଥି ପାଇଁ ଭାରତକୁ ସୁନାର ଚିଡିଆ କୁହାଯାଏ । ଏହି ଅବସରରେ ମୋଦି କହିଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା-

୧) ମୁଁ ଗତ ପାଞ୍ଚବର୍ଷ ମଧ୍ୟରେ ଆପଣଙ୍କ ଜୀବନ ଓ ବ୍ୟବସାୟକୁ ସରଳ କରିବା ପାଇଁ ପ୍ରୟାସ କରିଛି ।

୨) ଗତ ପାଞ୍ଚବର୍ଷ ମଧ୍ୟରେ ସରକାର ୧୫୦୦ ପୁରୁଣା ନିୟମକୁ ବନ୍ଦ କରିଛନ୍ତି ।

୩) ମୁଁ ପ୍ରତ୍ୟେକ ସମୟର ହିସାବ ଦେଉଛି । ନିଜର ରିପୋର୍ଟକାର୍ଡ ଆପଣମାନଙ୍କ ସାମ୍ନାରେ ରଖୁଛି । ମୁଁ ମାଲିକ ନୁହେଁ ସେବକ, ଏଥିପାଇଁ କରିଥିବା କାମର ହିସାବ ଦେଉଛି ।

୪) ପ୍ରତ୍ୟେକ ଦିନ ୬୦ ହଜାର ଶୌଚାଳୟ ନିର୍ମାଣ ହେଉଛି । 

୫) ପ୍ରତ୍ୟେକ ଦିନ ୧ ଲକ୍ଷ ୩୦ ହଜାର ଚାଷୀଙ୍କୁ କିଷାନ କାର୍ଡ ମିଳୁଛି ।

୬) ପିଏମ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଦିନ ୧୧ ହଜାର ଘର ନିର୍ମାଣ ହେଉଥିବା ବେଳେ ୭୦ ହଜାର ଗ୍ୟାସ କନେକସନ ଦିଆଯାଉଛି । 

୭) କଂଗ୍ରେସ ବ୍ୟବସାୟୀମାନଙ୍କୁ ଗାଳି ଦେଇଛି, ଅପମାନିତ କରିଛି, ସାରା ଦେଶ ଦେଖିଛି । ବ୍ୟବସାୟୀଙ୍କୁ ଚୋର ବୋଲି କହିଛି କଂଗ୍ରେସ । 

୮) ଜିଏସଟି ପାଇଁ ବ୍ୟବସାୟରେ ସ୍ୱଚ୍ଛତା ଆସିଛି । ରାଜ୍ୟଗୁଡିକର ରାଜସ୍ୱ ଦେଢଗୁଣ ବଢିଛି । 

୯) ୨୩ ମେ ପରେ ରାଷ୍ଟ୍ରୀୟ ବ୍ୟାବସାୟୀ ଆୟୋଗ ନିର୍ମାଣ କରିବୁ । ୨୩ ମେ ରେ ଏକ୍ ବାର ଫିର ମୋଦି ସରକାର । 

୧୦) ଆପଣଙ୍କର ଏହି ଚୌକିଦାର ଦେଶକୁ ସମୃଦ୍ଧ କରିବା ପାଇଁ ଆପଣଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବ । 

Subscribe

National International State Sports Entertainment