ଏକ ସେକେଣ୍ଡରେ ମୁଁ ଦିଲ୍ଲୀରେ ବିଜେପି ଦପ୍ତର ଉପରେ କବ୍ଜା କରିପାରିବି : ମମତା ବାନାର୍ଜୀ
Khabar Odisha:National-politics-Election-Odisha-I-can-capture-BJP-headquarter-in-Delhi-in-one-second-Mamata-Banerjee
କୋଲକାତା, ମେ ୧୫ (ଖବର ଓଡିଶା):

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ମୋଦିଙ୍କ ଲୋଗପ୍ରିୟତା ବଢୁଥିବା ଲକ୍ଷ୍ୟ କରି ବାରମ୍ୱାର ବିଜେପିକୁ ଟାର୍ଗେଟ୍ କରୁଛନ୍ତି ମମତା । ଏହି କ୍ରମରେ ସେ କହିଥିଲେ ଯେ, ତମମାନଙ୍କର ଭାଗ୍ୟ ଭଲ ଅଛି କି ମୁଁ ଏଠି ଶାନ୍ତ ହୋଇ ବସିଛି । ନଚେତ୍ ମୁଁ ଗୋଟେ ସେକେଣ୍ଡରେ ଦିଲ୍ଲୀରେ ବିଜେପି ଅଫିସ ଆଉ ତୁମର ଘର ଉପରେ କବ୍ଜା କରିପାରିବି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ଭାବରେ କଠୋର ବଚନରେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଅଫିସ୍ ଉପରେ କବ୍ଜା କରିବା କଥା କହିବା ସହିତ ସେ ଆହୁରି କହିଥିଲେ ଯେ, କଣ ଅମିତ ଶାହା ଭଗବାନ ଯେ ତାଙ୍କ ବିରୁଦ୍ଧରେ କେହି ପ୍ରଦର୍ଶନ କରିପାରିବେ ନାହିଁ ? ସୂଚନାଯୋଗ୍ୟ ଯେ, ମମତା ଏହି ବୟାନ କୋଲକାତାରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ରୋଡ୍ ଶୋ’ରେ ହୋଇଥିବା ହିଂସା ପରେ ଦିଆଯାଇଚି । ଶାହାଙ୍କ ରୋଡ୍ ଶୋ’ରେ ହୋଇଥିବା ହିଂସା ପଛରେ ଟିଏମ୍‌ସିର ହାତଥିବା ଅଭିଯୋଗ ଆସିବା ପରେ ମମତା ବାନାର୍ଜୀ ଏହି ବୟାନ ଦେଇଥିଲେ । 

Subscribe

National International State Sports Entertainment