ଐଶ୍ଵର୍ଯ୍ୟାଙ୍କ ଉପରେ ମିମ୍: ବିବେକ ଓବରୟ କହିଲେ କିଛି ଭୁଲ କରିନାହିଁ କ୍ଷମା କଣ ପାଇଁ ମାଗିବି
Khabar Odisha:National-odisha-vivek-oberoi-said-over-tweet-on-exit-polls-i-dont-think-i-have-done-anything-wrong
ମୁମ୍ବାଇ,ମେ୨୦(ଖବର ଓଡ଼ିଶା):

ଏକଜିଟ୍ ପୋଲକୁ ନେଇ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କ ଉପରେ ମିମ୍ ସେୟାର କରି ବିବାଦ ଘେରରେ ଥିବା ଅଭିନେତା ବିବେକ ଓବରୟ କ୍ଷମା ମାଗି ନାହାନ୍ତି। ସାମାଜିକ ଗଣମାଧ୍ୟମରେ ହେଉଥିବା ସମାଲୋଚନା ଓ ରାଷ୍ଟ୍ରୀୟ ମହିଳା ଆୟୋଗ ଦ୍ଵାରା ନୋଟିସ୍ ପଠାଯିବା ପରେ ବିବେକ ଓବରୟ କହିଛନ୍ତି ଯେ, ସେ କିଛି ଭୁଲ କରି ନାହାନ୍ତି। ସମାଚାର ଏଜେନ୍ସି ଏଏନଆଇ ସହ ଆଲୋଚନା ବେଳେ ବଲିଉଡ ଅଭିନେତା କହିଛନ୍ତି ଯେ, ଲୋକେ କହୁଛନ୍ତି ଯେ କ୍ଷମା ମାଗନ୍ତୁ, ମୋତେ କ୍ଷମା ମାଗିବାରେ କୌଣସି ସମସ୍ୟା ନାହିଁ, ମାତ୍ର ମୋତେ କୁହନ୍ତୁ ଯେ ମୁଁ କଣ ଭୁଲ କରିଛି ? ଉଲ୍ଲେଖଯୋଗ୍ୟ,  ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ବିବେକ ଓବରୟ ସାମାଜିକ ଗଣମାଧ୍ୟମରେ ଏବଂ ସମ୍ବନ୍ଧିତ ଲୋକଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

ବିବାଦୀୟ ଟ୍ଵିଟରେ କଣ ଅଛି ?

ସୋମବାର ବିବେକ ଓବରୟ ତିନୋଟି ଫଟୋ ଥିବା ଏକ ମିମ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ମିମ ତିନୋଟି ଅଂଶ- ଅପିନିୟନ ପୋଲ, ଏକଜିଟ୍ ପୋଲ ଓ ରେଜଲ୍ଟରେ ବିଭକ୍ତ ହୋଇଛି। ଅପିନିୟନ ପୋଲରେ ସଲମାନ ଓ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ନଜର ଆସୁଛନ୍ତି। ଏକଜିଟ୍  ପୋଲରେ ବିବେକ ଓବରୟ  ସହିତ ନଜର ଆସୁଛନ୍ତି ଐଶ୍ଵର୍ଯ୍ୟା ଏବଂ ରେଜଲ୍ଟରେ ଐଶ୍ଵର୍ଯ୍ୟା ଅଭିଷେକ ବଚ୍ଚନ ଓ ଆରାଧ୍ୟାଙ୍କ ସହିତ ନଜର ଆସୁଛନ୍ତି। ଐଶ୍ଵର୍ଯ୍ୟା ଓ ତାଙ୍କ ଝିଅକୁ ମିମରେ ଏହି ପରି ପ୍ରଦର୍ଶିତ କରିବା ନେଇ ଓବରୟଙ୍କୁ କେବଳ ସାମାଜିକ ଗଣମାଧ୍ୟମରେ ସମାଲୋଚିତ ହେବାକୁ ପଡିନାହିଁ ବରଂ ରାଷ୍ଟ୍ରୀୟ ମହିଳା ଆୟୋଗ ମଧ୍ୟ ଏହାକୁ ମହିଳା ଓ ଝିଅ ପ୍ରତି ଅପମାନଜନକ ଦର୍ଶାଇ ଓବରୟଙ୍କୁ ନୋଟିସ୍ ଜାରି  କରିଛନ୍ତି।  

ସଫେଇ ଦେଲେ ଓବରୟ

ମାମଲା ବଢୁଥିବା ଦେଖି ବିବେକ ଓବରୟ କହିଛନ୍ତି ଯେ, ଯଦି ମୁଁ କିଛି ଭୁଲ କରିଛି ତେବେ କ୍ଷମା ମାଗିବି ମାତ୍ର ମୋତେ ଲାଗୁନାହିଁ ଯେ ମୁଁ କିଛି ଭୁଲ କରିଛି ? କିଏ ଜଣେ ଏକ ମିମ୍ ଟ୍ଵିଟ୍ କରିଥିଲେ ଏବଂ ତା ଉପରେ ମୁଁ ହସି ଦେଲି। ମୋତେ ଜଣା ନାହିଁ ଯେ ଲୋକେ ଏହାକୁ ଏତେ ବଡ଼ ପ୍ରସଙ୍ଗ କଣ ପାଇଁ କରୁଛନ୍ତି। କିଏ ଜଣେ ମୋତେ ଏହି ମିମ୍ ପଠାଇଥିଲା। ମୁଁ ହସିଲି ଏବଂ ସେହି ବ୍ୟକ୍ତିଙ୍କ ରଚନାତ୍ମକକୁ ପ୍ରଶଂସା କଲି। ଯଦି କିଏ ଆପଣଙ୍କ ଉପରେ ହସୁଛି ତେବେ ଆପଣ ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍ ନୁହେଁ। 

ଯିଏ ମିମରେ ଅଛି ସେଥିରେ ତାଙ୍କର ସମସ୍ୟା ନାହିଁ

ବଲିଉଡର କିଛି ଅଭିନେତା ଓ ଅଭିନେତ୍ରୀ ମଧ୍ୟ ବିବେକଙ୍କ ଏହି ଟ୍ଵିଟ ଉପରେ ଆପତ୍ତି ପ୍ରକାଶ କରିଛନ୍ତି। ଓବରୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ମିମରେ ଅଛନ୍ତି, ସେମାନଙ୍କର କୌଣସି ସମସ୍ୟା ନାହିଁ, ଅନ୍ୟ ମାନଙ୍କର ବେଶି ସମସ୍ୟା ହେଉଛି। ସେ ସମାଲୋଚକଙ୍କୁ ଜବାବ ଦେଇ କହିଛନ୍ତି ଯେ, କାମ କରିବାକୁ ଯାଉ ନାହାନ୍ତି, ବିନା କାରଣରେ ଛୋଟ କଥାକୁ ବଡ଼ ପ୍ରସଙ୍ଗ କରୁଛନ୍ତି। 

  • Tags:

Subscribe

National International State Sports Entertainment