ଦେଶ ଛାଡ଼ି ଯାଉଥିଲେ ଶାହ ଫୈସଲ, ଗିରଫ କଲା ପୋଲିସ, କାଶ୍ମୀରରେ ନଜରବନ୍ଦୀ
Khabar Odisha:National-odisha-shah-faisal-delhi-airport-detained-kashmir-under-house-arrest
ନୂଆଦିଲ୍ଲୀ,ଅଗଷ୍ଟ୧୪(ଖବର ଓଡ଼ିଶା):

ପ୍ରଶାସନିକ ସେବା ଛାଡ଼ି ନେତା ହୋଇଥିବା ଶାହ ଫୈସଲ ଭାରତ ଛାଡ଼ି ଯାଉଥିବା ବେଳେ ନୂଆଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଗିରଫ କରି କାଶ୍ମୀର ପଠାଇ ଦିଆଯାଇଛି। ତାଙ୍କୁ କାଶ୍ମୀରରେ ନଜରବନ୍ଦୀ କରାଯାଇଛି। ଫୈସଲ ଜାମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟର ନେତା। ସେ ବିଦେଶ ଯିବା ପାଇଁ ଦିଲ୍ଲୀରୁ ବିମାନରେ ଯାତ୍ରା କରିବାର ଥିଲା, ମାତ୍ର ଇମିଗ୍ରେସନ ଅଫିସର ତାଙ୍କୁ ପବ୍ଲିକ ସେଫଟି ଆକ୍ଟ(ପିଏସଏ) ଆଧାରରେ ଅଟକ ରଖି ଶ୍ରୀନଗର ପଠାଇ ଦେଇଛନ୍ତି।

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ ପ୍ରତ୍ୟାହାର କରିବା ଓ ରାଜ୍ୟକୁ ଦୁଇ ଭାଗରେ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରି କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରାଯିବା ନିଷ୍ପତ୍ତି ପରେ ଶାହ ଫୈସଲ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ସେ ବ୍ୟକ୍ତିଗତ ବୟାନ ଦେବା ସହିତ ମିଡିଆରେ ମଧ୍ୟ  ଉସୁକାଇବା ଭଳି ବୟାନ ଦେଉଥିଲେ। ତେଣୁ ସରକାର ତାଙ୍କର ଗତିବିଧି ଉପରେ ନଜର ରଖିବା ଓ ତାଙ୍କର ଯାତାୟାତକୁ ସୀମିର ରଖିବା ଅନୁଭବ କରିଛନ୍ତି। 

୨୦୧୦ ବ୍ୟାଚର ଆଇଏଏସ  ଟପ୍ପର ଶାହ ଫୈସଲ

ଶାହ ଫୈସଲ ୨୦୧୦ ବ୍ୟାଚରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ଟପ୍ପର ରହିଥିଲେ। ସେ ଚଳିତ ବର୍ଷ ନିର୍ଦ୍ଦୋଷ କାଶ୍ମୀରୀଙ୍କୁ ଗୁଳି କରାଯାଉଥିବା କହି ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଦେଶରେ ମୁସଲମାନଙ୍କ ହିତକୁ ଅଣଦେଖା କରାଯାଉଛି। ସେ ମାର୍ଚ୍ଚ ୧୭ରେ ଶ୍ରୀନଗରର ରାଜବାଗରେ ଆୟୋଜିତ ଏକ ସମାରୋହରେ ନୂତନ ରାଜନୈତିକ ପାର୍ଟି ଜାମ୍ମୁ ଓ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ ଗଠନ କରିବାକୁ ଘୋଷଣା କରିଥିଲେ। 

Subscribe

National International State Sports Entertainment