ପୋଷ୍ଟ ମୋର୍ଟମ ରିପୋର୍ଟରେ ଖୁଲାସା, ମୁହଁ ଦବାଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ରୋହିତଙ୍କୁ ହତ୍ୟା କରାଯାଇଛି
Khabar Odisha:National-odisha-murder-case-lodged-in-rohit-shekhar-tiwari-s-death-case-as-postmortem-report-reveals-unnatural-death
ନୂଆଦିଲ୍ଲୀ, ଏପ୍ରିଲ୧୯(ଖବର ଓଡ଼ିଶା):

ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ଵାରୀଙ୍କ ପୁତ୍ର ରୋହିତ  ଶେଖର ତିଓ୍ଵାରୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଅଧିକ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ମଧ୍ୟ ହତ୍ୟା ମାମଲା ଦାୟର କରିଛି। ୪୦ ବର୍ଷୀୟ  ରୋହିତଙ୍କୁ ନିଜ ଘରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। 

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ପୋଷ୍ଟ ମୋର୍ଟମ ରିପୋର୍ଟରୁ ଖୁଲାସା ହୋଇଛି ଯେ, ରୋହିତ ଶେଖରଙ୍କ ମୃତ୍ୟୁ ଅସ୍ଵାଭାବିକ ଥିଲା। ତାଙ୍କର ହତ୍ୟା ହୋଇଥିବା ଆଧାରରେ ପୋଲିସ ମାମଲାର ଯାଞ୍ଚ କରୁଛି। ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଆଧାରରେ ମାମଲା ରୁଜୁ କରିଛି। ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। 

କ୍ରାଇମବ୍ରାଞ୍ଚ ରୋହିତ ଶେଖର ତିଓ୍ଵାରୀଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରୁଛି। ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେବା ପରେ ଏକ ଟିମ୍ ରୋହିତଙ୍କ ଘରେ ପହଞ୍ଚିଛନ୍ତି। ଅନ୍ୟ ପଟେ ପ୍ରାରମ୍ଭିକ ଯାଞ୍ଚରୁ ଜଣା ପଡିଛି ଯେ ମୁହଁ ଦାବି ରୋହିତଙ୍କ ହତ୍ୟା କରାଯାଇଛି। 

ରୋହିତଙ୍କ ମୃତ୍ୟୁ ମଙ୍ଗଳବାର ସନ୍ଧ୍ୟାରେ ସାଉଥ ଡିଫେନ୍ସ କଲୋନୀ ସ୍ଥିତ ତାଙ୍କ ଘରେ ହୋଇଥିଲା। ତାଙ୍କୁ ସାକେତ ହସ୍ପିଟାଲ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର କହିଥିଲେ ଯେ, ରୋହିତଙ୍କ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ତାଙ୍କ ନାକରୁ ରକ୍ତ ବୋହୁଥିଲା। 

  • Tags:

Subscribe

National International State Sports Entertainment