‘ଅବିବେକି’ ଟ୍ଵିଟ୍ ନେଇ ବିବାଦରେ ବିବେକ, ମହିଳା ଆୟୋଗ ପଠାଇଲା ନୋଟିସ୍
Khabar Odisha:National-odisha-maharashtra-state-commission-for-woman-mulling-to-take-action-against-actor-vivek-oberoi
ନୂଆଦିଲ୍ଲୀ,ମେ୨୦(ଖବର ଓଡ଼ିଶା):

ଲୋକସଭା ନିର୍ବାଚନର ଏକଜିଟ୍ ପୋଲ ଦେଖି ସାମାଜିକ ଗଣମାଧ୍ୟମରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଏବଂ ମିମ୍ସ ମଧ୍ୟ ସେୟାର କରୁଛନ୍ତି। ଏହି କ୍ରମରେ ସୋମବାର ଅଭିନେତା ବିବେକ ଓବରୟ ମଧ୍ୟ ଏମିତି ଏକ ମିମ୍ ସେୟାର କରି ବିବାଦ ଘେରକୁ ଟାଣି ହୋଇ ଯାଇଛନ୍ତି। ଯାହାକୁ ନେଇ ରାଷ୍ଟ୍ରୀୟ ମହିଳା ଆୟୋଗ ଅଭିନେତା ବିବେକ ଓବରୟଙ୍କୁ ନୋଟିସ୍ ଜରି କରିଛି। ଏହା ସହିତ ଏକଜିଟ୍ ପୋଲକୁ ନେଇ ଦେଇଥିବା ବିବାଦୀୟ ଟ୍ଵିଟ ଉପରେ ସ୍ପଷ୍ଟୀକରଣ ମାଗିଛି। ଅନ୍ୟ ପଟେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟ ରହାଟକର କହିଛନ୍ତି ଯେ, ଆପତ୍ତିଜନକଟ ଟ୍ଵିଟକୁ ନେଇ ଓବରୟଙ୍କୁ ନୋଟିସ୍ ଜାରି କରାଯାଉଛି। 

ରାଷ୍ଟ୍ରୀୟ ମହିଳା ଆୟୋଗ ନୋଟିସରେ କହିଛି ଯେ, ମିଡିଆ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ,  ଆପଣ ଜଣେ ମହିଳା ଓ ଶିଶୁର ଫଟୋ ଟ୍ଵିଟରରେ ପୋଷ୍ଟ କରି ଅପମାନ କରିଛନ୍ତି। ଆପଣ ଏକଜିଟ୍ ପୋଲ ଓ ଜଣେ ମହିଳାଙ୍କ ବ୍ୟକ୍ତିଗତ  ଜୀବନକୁ ନେଇ ନିରର୍ଥକ ତୂଳନା କରିଛନ୍ତି। ଏହି ପୋଷ୍ଟ ମହିଳାଙ୍କ ପ୍ରତି ଅସମ୍ମାନକୁ ଦର୍ଶାଉଛି।  ଏଥିରୁ ଆପଣଙ୍କୁ ସନ୍ତୋଷଜନକ ସ୍ପଷ୍ଟୀକରଣ ମଗାଯାଉଛି।

ଉଲ୍ଲେଖଯୋଗ୍ୟ ଏହି ମିମରେ ସଲମାନ ଖାନ, ବିବେକ ଓବରୟ  ଓ ଅଭିଷେକ ବଚ୍ଚନଙ୍କ ସହିତ ଐଶ୍ଵର୍ଯ୍ୟା ରାୟଙ୍କ ଅଲଗା ଅଲଗା ଫଟୋ ରହିଛି ଏବଂ ସେଥିରେ ଯାହା ଲେଖା ଯାଇଛି, ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରସୋରରେ ଆଲୋଚନା ହେଉଛି। ମିମରେ ଅଭିଷେକ ଓ ଐଶ୍ଵର୍ଯ୍ୟାଙ୍କ ଝିଅ ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏବେ ଏହି ମାମଲାକୁ ମହାରାଷ୍ଟ୍ର ମହିଳା ଆୟୋଗ ଗମ୍ଭୀରତାର ସହ ନେଇଛି। କୁହାଯାଉଛି ଯେ, ଆପତ୍ତିଜନକ ଟ୍ଵିଟକୁ ନେଇ ଅଭିନେତା ବିବେକ ଓବରୟଙ୍କ ବିରୋଧରେ କାର୍ୟ୍ୟାାନୁଷ୍ଠାନ ନେବା  ଉପରେ ବିଚାର କରାଯାଉଛି।

ବିବେକ ଓବରୟ ଏହି ମିମକୁ ସେୟାର କରି ଲେଖିଥିଲେ ଯେ, ହାହା, କ୍ରିଏଟିଭ ! ଏଠାରେ କୌଣସି ରାଜନୀତି ନାହିଁ... କେବଳ ଲାଇଫ।  ବିବେକଙ୍କ ଟ୍ଵିଟ୍ କରିବାର କିଛି ମିନିଟ୍ ଭିତରେ ଟ୍ଵିଟରରେ #VivekOberoi ଟ୍ରେଣ୍ଡ କରିବାକୁ ଲାଗିଛି। ଅନେକ ବଲିଉଡ କଳାକାର  ମଧ୍ୟ ଏହି ଟ୍ଵିଟକକୁ ନେଇ ବିବେକ ଓବରୟଙ୍କ ସମାଲୋଚନା କରିଛନ୍ତି।

ଏହା ଜଣେ ମହିଳାଙ୍କ ସହିତ ତାଙ୍କ ପିଲା ପ୍ରତି ଅପମାନ ବୋଲି ୟୁଜର୍ସ କହିଛନ୍ତି। ଏହି ବିବାଦରେ ଘେରି ହୋଇଯିବା ପରେ କିଛି ଟ୍ଵିଟର ୟୁଜର୍ସ ପିଏମ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ବିବେକଙ୍କ ଫିଲ୍ମକୁ ନେଇ ମଧ୍ୟ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଅନ୍ୟ ପଟେ ଜଣେ ୟୁଜର ଲେଖିଛନ୍ତି ଯେ, ଐଶ୍ଵର୍ଯ୍ୟାଙ୍କୁ ଆଜି ନିଜର ବିବାହକୁ ନେଇ  ନେଇଥିବା ନିଷ୍ପତ୍ତି ଉପରେ ଗର୍ବ ହେଉଥିବ।  

  • Tags:

Subscribe

National International State Sports Entertainment