ଜାଣି ପାରିଲେ ନାହିଁ ଶତ୍ରୁ, ଭାରତୀୟ ସେନା ପୂର୍ବୋତରରେ କରି ଦେଲେ ବଡ଼ ଷ୍ଟ୍ରାଇକ ? ଅନେକ କ୍ୟାମ୍ପ ଧ୍ଵଂସ
Khabar Odisha:National-odisha-indian-army-conducts-third-surgical-srike-at-indo-myanmar-border-arakan-army
ନୂଆଦିଲ୍ଲୀ,ମାର୍ଚ୍ଚ୧୫(ଖବର ଓଡ଼ିଶା):

 ପୁଲଓ୍ଵାମା ହମଲା ପରେ ପୂରା ଦେଶ ଆଉ ଦୁନିଆର ନଜର ଭାରତ-ପାକିସ୍ତାନ ବର୍ଡରରେ ରହିଥିଲା। ଏହି ସମୟରେ ଭାରତୀୟ ସେନାର ବାହାଦୂର ଯବାନ ପୁଣି ଥରେ ଏକ ଷ୍ଟ୍ରାଇକ କରି ଶତ୍ରୁର ଆଡ୍ଡାକୁ ଧ୍ଵଂସ କରିଛନ୍ତି। 

ଭାରତ ଓ ମିଆନମାରର ସେନା ଭାରତ-ମିଆନମାର ବର୍ଡରରେ ଫେବୃଆରୀ ୧୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଆଉ ଏକ ମେଗା ଅପରେସନ ଚଳାଇଥିଲେ। ଏହି ସମୟରେ ପୂର୍ବୋତରରେ ଭାରତର ମେଗା ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଉପରେ ହମଲା କରିବାକୁ ଷଡ଼ଯନ୍ତ୍ର କରୁଥିବା ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ ଉପରେ ମିଆନମାରର ଏକ ଉଗ୍ରବାଦୀ ସଂଗଠନର କୁଦୃଷ୍ଟି ପଡ଼ିଥିଲା। 

ପୁଲଓ୍ଵାମା-ବାଲାକୋଟ୍ ଉପରେ ଥିଲା ନଜର, ମିଆନମାର ପହଞ୍ଚିଲା ଇଣ୍ଡିଆନ ଆର୍ମି

ଖାସ୍ କଥା ଏହା ଯେ, ପୁଲଓ୍ଵାମାରେ ଫେବୃଆରୀ ୧୪ରେ ସିଆରପିଏଫ  ଗାଡି ଉପରେ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶିଖରରେ ପହଞ୍ଚିଥିଲା। ଏହି ସମୟରେ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ବାଲାକୋଟ ଉପରେ ହମଲା କରି ଜୈସର ଆତଙ୍କୀ ଆଡ୍ଡା ଉପରେ ହମଲା କରିଥିଲେ। ସମଗ୍ର ଦୁନିଆର ନଜର ଯେତେବେଳେ ଭାରତ-ପାକର ଉତ୍ତେଜନା ଉପରେ ଥିଲା ସେହି ସମୟରେ ଦେଶର ଅନ୍ୟ ପାର୍ଶ୍ଵରେ ଆଉ ଏକ ଅପରେସନ ଚଳାଇଥିଲେ ଭାରତୀୟ ସେନା।

ଏହି ସମୟରେ ଭାରତୀୟ ସେନା ମିଆନମାରର ଅରାକନ ଆର୍ମି ଉପରେ ହମଲା କରିଛନ୍ତି।  ଏହି ସଂଗଠନକୁ ମିଆନମାନ ସରକାର ଆତଙ୍କୀ ସଂଗଠନ ଘୋଷିତ କରିଛି। ଅରାକନ ଆର୍ମି ମେଗା କାଲାଦାନ ପ୍ରୋଜେକ୍ଟ ଉପରେ ହମଲା କରିବାକୁ ଷଡ଼ଯନ୍ତ୍ର ରଚୁଥିଲା। 

ଗୁଇନ୍ଦା ସୂଚନା ପରେ କାର୍ଯ୍ୟାନୁଷ୍ଠାନ

କାଲାଦାନ ପ୍ରୋଜେକ୍ଟ ଉପରେ ଆସନ୍ନ ବିପଦର ଗୁଇନ୍ଦା ସୂଚନା ମିଳିବା ପରେ ସେନା ମିଜୋରାମର ଦକ୍ଷିଣରେ ମିଆନମାରରେ ଆଡ୍ଡା ଜମାଇଥିବା ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ। 

ଏଥିପାଇଁ ଭାରତୀୟ ସେନା ଓ ମିଆନମାର ଆର୍ମି ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ। ଅପରେସନର ପ୍ରଥମ ପର୍ଯ୍ୟାୟରେ ମିଜୋରାମର ସୀମାବର୍ତ୍ତୀ ଇଲାକାରେ ନିର୍ମିତ କ୍ୟାମ୍ପକୁ ନଷ୍ଟ କରାଯାଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ବିପଦଜ୍ଜନକ ନାଗା ଗ୍ରୁପର କ୍ୟାମ୍ପ ଉପରେ ହମଲା କରାଯାଇଥିଲା। 

ସେନାର ସୂତ୍ର ମୁତାବକ ଡିପ୍ଲୋୟମେଣ୍ଟ ଓ କଭର କରାଯାଇଥିବା ଇଲାକା ଭାରତୀୟ ସେନା ପାଇଁ ନୂତନ ଥିଲା ଏବଂ ଏହି ଧରଣର ଅପରେସନ ପ୍ରଥମ କରି ଥିଲା। ଏହା ସପ୍ତାହେ ପର‌୍ୟ୍ୟନ୍ତ ଚାଲିଥିଲା ଏବଂ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। ରିପୋର୍ଟ ମୁତାବକ ମିଆନମାର ଦ୍ଵାରା ଘୋଷିତ ଅରାକାନ ଆର୍ମି ଚୀନର ସମର୍ଥନ ହାସଲ କରିଛି। 

  • Tags:

Subscribe

National International State Sports Entertainment