ପ୍ରଥମ ଥର କ୍ଷେପଣାସ୍ତ୍ର ରପ୍ତାନୀ କରିବ ଭାରତ, ଦକ୍ଷିଣ ପୂର୍ବ ଏସିଆ ଦେଶ ଦେଖାଇଲେ ରୁଚି
Khabar Odisha:National-odisha-india-set-to-export-first-batch-of-missiles-to-south-east-asian-nations-and-gulf-countries
ନୂଆଦିଲ୍ଲୀ,ମେ୧୫(ଖବର ଓଡ଼ିଶା):

 ଭାରତ ଏ ପର୍ଯ୍ୟନ୍ତ ଅସ୍ତ୍ର ଶସ୍ତ୍ର ଆମଦାନୀ କରି ଆସିଛି, ମାତ୍ର ଏବେ ଏହାର ଓଲଟା ଭାରତ ଅସ୍ତ୍ର ଶସ୍ତ୍ରର ରପ୍ତାନୀ କରିବ।  ଭାରତ ପକ୍ଷରୁ ଦକ୍ଷିଣ ପୂର୍ବ ଏସିଆ ଦେଶ ଓ ଉପସାଗରୀୟ ଦେଶଗୁଡିକୁ କ୍ଷେପଣାସ୍ତ୍ର ରପ୍ତାନୀ ଚଳିତ ବର୍ଷ କରାଯିବ। ଜଣେ ଉଚ୍ଚପଦସ୍ଥ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଦକ୍ଷିଣ ପୂର୍ବ ଏସିଆ ଓ ଉପସାଗର ଦେଶଗୁଡିକ ପକ୍ଷରୁ  ଆଗ୍ରହ ପ୍ରକାଶ କରିବା ପରେ ଭାରତ କ୍ଷେପଣାସ୍ତ୍ର ରପ୍ତାନୀ କରିବାକୁ ନିଷ୍ପତ୍ତି ନେଇଛି।

ଇମଡେକ୍ସ ଏସିଆ ୨୦୧୯ ପ୍ରଦର୍ଶନୀକୁ ସମ୍ବୋଧିତ କରି ବ୍ରହ୍ମୋସ ଏରୋସ୍ପେସର ଏଚଆର କମାଣ୍ଡର ଏସକେ ଆୟର କହିଛନ୍ତି ଯେ, ସରକାରଙ୍କ ମଧ୍ୟରେ ରାଜିନାମା ପରେ ପ୍ରଥମ ଥର କ୍ଷେପଣାସ୍ତ୍ରର ରପ୍ତାନୀ କରାଯିବ। ଏମିତି ଅନେକ ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ର ଅଛନ୍ତି ଯେଉଁମାନେ ଆମର କ୍ଷେପଣାସ୍ତ୍ର କିଣିବାକୁ ତତ୍ପର ଅଛନ୍ତି।

ଏଠାରେ ଆୟୋଜିତ ତିନି ଦିବସୀୟ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଏହା ଭାରତ ପ୍ରଥମ ଅସ୍ତ୍ର ଶସ୍ତ୍ର ରପ୍ତାନୀ ହେବ। ଭାରତୀୟ ପ୍ରତିରକ୍ଷା ସେକ୍ଟର ପାଖରେ ଦକ୍ଷିଣ ପୂର୍ବ ଏସିଆ ଦେଶ ଓ ଉପସାଗରୀୟ ଦେଶଗୁଡିକରେ ରପ୍ତାନୀ କରିବାର ଏହା ଭଲ ସୁଯୋଗ ରହିଛି। 

ଏରୋସ୍ପେସର ଏଚଆର କମାଣ୍ଡର ଏସକେ ଆୟର କହିଛନ୍ତି ଯେ, ମାର୍କେଟର ଟ୍ରେଣ୍ଡ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଏହି କାରଣରୁ ମଧ୍ୟ ପୂର୍ବ, ଦକ୍ଷିଣ ପୂର୍ବ ଏସିଆ ଓ ଦକ୍ଷିଣ ଆମେରିକାର ଦେଶଗୁଡିକଙ୍କରେ ସକ୍ଷମ, କମ ମୂଲ୍ୟରେ ଭରସାଯୋଗ୍ୟ ପ୍ରତିରକ୍ଷା ଉପକରଣର ଚାହିଦା ବଢିବାରେ ଲାଗିଛି। କ୍ଷେପଣାସ୍ତ୍ର ପରି ଅସ୍ତ୍ର ଶସ୍ତ୍ରର ରପ୍ତାନୀ ମାମଲାରେ ଭାରତ ନିଜର ସ୍ଥିତି ମଜବୁତ କରି ପାରିବ ବୋଲି ସେ କହିଛନ୍ତି। 

Subscribe

National International State Sports Entertainment