ଚଳିତ ବର୍ଷ ହେବ ସ୍ଵାଭାବିକ ବର୍ଷା, ମୌସୁମୀ ଉପରେ ପଡ଼ିବ ନାହିଁ ଏଲନିନୋର ପ୍ରଭାବ: IMD
Khabar Odisha:National-odisha-india-likely-to-receive-normal-monsoon-in-2019-says-imd-monsoon-season
ନୂଆଦିଲ୍ଲୀ,ଏପ୍ରିଲ୧୫(ଖବର ଓଡ଼ିଶା):

ଭାରତର ପାଣିପାଗ ବିଭାଗ(Indian Meterological Department) ମୌସୁମୀକୁ ନେଇ ପ୍ରଥମ ଭବିଷ୍ୟତବାଣୀ  ଜାରି କରିଛି। ଆଇଏମଡି ଏଲନିନୋକୁ ନେଇ ସମଗ୍ର ଦୁନିଆର ଏଜେନ୍ସି କରିଥିବା ଆଶଙ୍କାକୁ ସଂପୂର୍ଣ୍ଣ ଭାବେ ଖାରଜ କରିଛି। ଏହା ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶର ପାଣିପାଗ ଏଜେନ୍ସି  ସମେତ ଭାରତର ସ୍କାଇମେଟ୍ ମଧ୍ୟ ମୌସୁମୀ ଉପରେ ଏଲନିନୋର ପ୍ରଭାବ ରହିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଭାରତୀୟ ପାଣିପାଗ ବିଭାଗ ମୁତାବକ ଚଳିତ ବର୍ଷ ମୌସୁମୀ ସ୍ଵାଭାବିକ ରହିବ।  ମୌସୁମୀ ଉପରେ ଏଲନିନୋର ପ୍ରଭାବ ପଡ଼ିବ ନାହିଁ। 

ପାଣିପାଗ ବିଭାଗ ଅନୁମାନ ମୁତାବକ, ମୌସୁମୀ ସମୟରେ ଦେଶରେ ଲମ୍ବା ଅବଧିର ହାରାହାରି ୯୬ ପ୍ରତିଶତ ବର୍ଷା ହେବ। ଏହା ପୂର୍ବରୁ ଆଶଙ୍କା କରାଯାଉଥିଲା ଯେ, ଏଲନିନୋ କାରଣରୁ ମୌସୁମୀ ଉପରେ ପ୍ରଭାବ ପଡ଼ିପାରେ।  ଆଇଏମଡି ତାର ପରବର୍ତ୍ତୀ ମୌସୁମୀ ସମ୍ବନ୍ଧିତ ସୂଚନା ଜୁନ ପ୍ରଥମ ସପ୍ତାହରେ ଦେବ।

କାହାକୁ କୁହାଯାଏ ଭଲ ମୌସୁମୀ

ସ୍ଵାଭାବିକ, ହାରାହାରି କିମ୍ବା ବହୁତ ଭଲ ମୌସୁମୀର ଅର୍ଥ ୫୦ ବର୍ଷର ଲମ୍ବା ଅବଧି ସମୟରେ ହାରାହାରି ପ୍ରାୟ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବାକୁ ଭଲ ମୌସୁମୀ କୁହାଯାଏ।। ଏହି ୫୦ ବର୍ଷରେ  ଚାରି ମାସର ମୌସୁମୀ ସମୟରେ ହାରାହାରି ବର୍ଷା ୮୯ ସେଣ୍ଟିମିଟର ଅଥବା ୩୫ ଇଞ୍ଚ ରହିଛି। ଭଲ ମୌସୁମୀର ପରିଭାଷା ପାଣିପାଗ ବିଭାଗ ଦ୍ଵାରା କରାଯାଇଛି। ଅନ୍ୟ ପଟେ ୯୦ ପ୍ରତିଶତରୁ କମ ବର୍ଷା ଦେଶରେ ମରୁଡି ପରି ସ୍ଥିତି ରହିଥାଏ। 

ଭଲ ମୌସୁମୀରେ ବ୍ୟାଙ୍କିଂ ବ୍ୟବସ୍ଥା ହୁଏ ମଜବୁତ

ଭଲ ମୌସୁମୀ ବର୍ଷା ହେଲେ ଦେଶର ବ୍ୟାଙ୍କିଂ କ୍ଷେତ୍ରକୁ ମଜବୁତ ମିଳିଥାଏ। ଦେଶରେ ଅଧିକାଂଶ ଖରିଫ ଫସଲ ପାଇଁ ଋଣ ବ୍ୟବସ୍ଥା ସରକାରୀ, କୋ ଅପୋରେଟିଭ ଅଥବା ଗ୍ରାମୀଣ ବ୍ୟାଙ୍କ କରିଥାନ୍ତି। ମୌସୁମୀ ଭଲ ହେବା ସ୍ଥିତିରେ ଏହି ବ୍ୟାଙ୍କଗୁଡିକୁ ଋଣ ଆକାରରେ ଦିଆଯାଇଥିବା ଅର୍ଥ ଫେରି ପାଇବାର ଗ୍ୟାରେଣ୍ଟି ରହିଥାଏ ଏବଂ ସେମାନଙ୍କୁ ନିଜର ଏନପିଏକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଅନ୍ୟ ପଟେ ଚାଷୀଙ୍କୁ ଫସଲରୁ ଅଧିକ ଆୟ ମିଳିଲେ ବ୍ୟାଙ୍କକୁ ନିଜର ଗ୍ରାମାଞ୍ଚଳ ଶାଖାରେ ଭଲ ଅର୍ଥ ଜମା ହୋଇଥାଏ। ଯାହା ଫଳରେ ଅଣ କୃଷି କ୍ଷେତ୍ରକୁ ନୂତନ ଋଣ ଦେବା କାମ ସହଜ ହୋଇଥାଏ। 

  • Tags:

Subscribe

National International State Sports Entertainment