ସ୍ଵାଧୀନ ଭାରତର ସବୁଠୁ ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦୀ, ଇନ୍ଦିରା ବହୁ ପଛରେ
Khabar Odisha:National-odisha-august-2019-survey-narendra-modi-popular-leader-nation
ନୂଆଦିଲ୍ଲୀ,ଅଗଷ୍ଟ୧୪(ଖବର ଓଡ଼ିଶା):

କେନ୍ଦ୍ରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କ୍ରମାଗତ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜର ଦୃଢ ଇଚ୍ଛା ଶକ୍ତି ଓ କାର୍ଯ୍ୟଶୈଳୀ କାରଣରୁ ଜନତାଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛନ୍ତି। ମୋଦୀ ଦ୍ଵିତୀୟ ଥର କ୍ଷମତାକୁ ଆସିବାରେ ଦୁଇ ମାସ ସମୟ ବିତି ସାରିଛି ଏବଂ ଏହା ମଧ୍ୟରେ ତାଙ୍କର ଲୋକପ୍ରିୟତା ଦେଶର ଅନ୍ୟ ବରିଷ୍ଠ ନେତାଙ୍କଠୁ ଅନେକ ଗୁଣ ଆଗରେ ରହିଛି।

ନ୍ୟୁଜ ଚ୍ୟାନେଲ ଆଜତକ ଓ କାର୍ଭି ଇନସାଇଟ୍ସର ସର୍ଭେ ମୁତାବକ ନରେନ୍ଦ୍ର ମୋଦୀ ଭାରତର ଇତିହାସରେ ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି। ସେ ଏହି ଦୌଡ଼ରେ ଇନ୍ଦିରା ଗାନ୍ଧୀଙ୍କୁ ବହୁ ପଛରେ ପକାଇଛନ୍ତି। ମୋଦୀ ୩୭ ପ୍ରତିଶତ ଭୋଟ୍ ସହିତ ବହୁ ଆଗରେ ଥିବା ବେଳେ ଆୟରନ ଲେଡି ରୂପେ ପରିଚିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୪ ପ୍ରତିଶତ ଭୋଟ୍ ସହିତ ଦ୍ଵିତୀୟ ସ୍ଥାନରେ ଅଛନ୍ତି। 

ସର୍ଭେରେ ୧୨,୧୨୬ ଜଣ ସାମିଲ  ହୋଇଥିଲେ। ଏଥିରୁ ୬୭ ପ୍ରତିଶତ ଲୋକ ଗ୍ରାମୀଣ ଓ ୩୩ ପ୍ରତିଶତ ସହରାଞ୍ଚଳ ଥିଲେ। ଏହି ସର୍ଭେରେ ଦେଶର ୧୯ ରାଜ୍ୟର ୯୭ ସଂସଦୀୟ କ୍ଷେତ୍ର ଓ ୧୯୪  ବିଧାନସଭା କ୍ଷେତ୍ରକୁ ସାମିଲ କରାଯାଇଥିଲା। ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ହରିୟାଣା, ଝାରଖଣ୍ଡ, କର୍ଣ୍ଣାଟକ, କେରଳ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଆସାମ, ମଧ୍ୟ ପ୍ରଦେଶ, ବିହାର, ଗୁଜରାତ, ମହାରାଷ୍ଟ୍ର, ରାଜଧାନୀ ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପୂର୍ବରୁ କରାଯାଇଥିଲା। 

ମୋଦୀ ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ରୂପେ ଆଗରେ ଥିବା ବେଳେ ଇନ୍ଦିରା ଗାନ୍ଧୀ ଦ୍ଵିତୀୟରେ ଓ ତୃତୀୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସାମିଲ। 

Subscribe

National International State Sports Entertainment