ଏହି ମତଦାନ କେନ୍ଦ୍ର ଭୋଟ ଶୂନ୍ୟ, ୨୦୧୪ ଦେଇଥିଲେ କେବଳ ୨ଜଣ
Khabar Odisha:National-Odisha-Great-nicobar-island-did-not-see-single-vote-cast-by-tribal-people-living-in-dense-forest
ନୂଆଦିଲ୍ଲୀ, ଏପ୍ରିଲ ୧୫(ଖବର ଓଡ଼ିଶା):

ଲୋକତନ୍ତ୍ରର ମହାପର୍ବରେ ସବୁ ନାଗରିକ ସାମିଲ ରହିବା ଦ୍ୱାରା ଦେଶ ବିକଶିତ ହୋଇପାରିବ । ଭାରତର ସୁଦୂର ଗ୍ରେଟ ନିକୋବର ଦ୍ୱୀପ ସୋମପେନରେ ଥିବା ପୋଲିଙ୍ଗ ବୁଥରେ  ଚଳିତ ଥର ସାଧାରଣ ନିର୍ବାଚନରେ ଗୋଟିଏ ମଧ୍ୟ ଭୋଟ ପଡ଼ିନାହିଁ । 

ଏପ୍ରିଲ ମାସ ୧୧ତାରିଖରେ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଭାରତର ଦକ୍ଷିଣ ଭାଗରେ ଥିବା ଗ୍ରେଟ ନିକୋବର ଦ୍ୱୀପର ସୋମପେନରେ ଥିବା ପୋଲିଙ୍ଗ ବୁଥ ପ୍ରଥମ ପର୍ଯ୍ୟାୟ ଅର୍ନ୍ତର୍ଗତ ରହିଥିଲା । କିନ୍ତୁ ସେଠାରେ ଗୋଟିଏ ମଧ୍ୟ ବ୍ୟକ୍ତି ମତଦାନ ପାଇଁ ଆସିନଥିଲେ । ପୋଲିଙ୍ଗ ବୁଥ ଠାରୁ ୨୦କିମି ଦୂରରେ ପାଷାଣ ଯୁଗର ସୋମ୍ପେନ ଜନଜାତି ନିବାସ କରୁଛନ୍ତି । 

୨୦୧୪ ଲୋକସଭା ନିର୍ବାଚନ ସମୟରେ ମଧ୍ୟ କେବଳ ଦୁଇଜଣ ଆସି ଭୋଟ ଦେଇଥିଲେ । ସେଠାକାର ବାସିନ୍ଦା ୧୫ ଦିନରେ ଥରେ ସଉଦା ଆଣିବା ପାଇଁ ସୋମପେନ ହଙ୍କଳର ଯାଆନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଏହି ଜନଜାତି ଦୁଇଟି ପୋଲିଙ୍ଗ ବୁଥ କରାଯାଇଥିଲା । କିନ୍ତୁ କୋଣସି ବ୍ୟକ୍ତି ମତଦାନ କରିନାହାଁନ୍ତି ବୋଧ ହୁଏ ସ୍ଥାନୀୟ ନେତାଙ୍କ ନିର୍ବାଚନୀ ପ୍ରଚାର ପ୍ରଭାବିତ ନଥିଲା ।

  • Tags:

Subscribe

National International State Sports Entertainment