ଦେଶରେ ବଢୁଛି କରୋନା ଚିନ୍ତା , ସାରା ବିଶ୍ବରେ କରୋନା ସଂକ୍ରମଣରେ ସ୍ପେନକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଭାରତ
Khabar Odisha:National-India-is-in-5-th-position-for-Corona-virusin-world-wide
ନୂଆଦିଲ୍ଲୀ, ଜୁନ 7 (ଖବର ଓଡ଼ିଶା):

 ସାରା ବିଶ୍ବରେ ମହାମାରୀ କରୋନା ସଙ୍କଟ ବଢୁଛି । ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ସହ ମୁକାବିଲା କରିବା ପାଇଁ ସଂଘର୍ଷ କରୁଛନ୍ତି। ଆଜି ସ୍ପେନ୍ କୁ ପଛରେ ପକାଇ ବିଶ୍ବର ସର୍ବାଧିକ କରୋନା ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ଭାରତ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୬ହଜାର ୬୨୮ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୬ ହଜାର ୯୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୨୦ ହଜାର ୪୦୬ ସକ୍ରିୟ ମାମଲା ରହିଥିବାବେଳେ ଏବଂ ୧ ଲକ୍ଷ ୧୯ ହଜାର ୨୯୩ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି।ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୯ ହଜାର ୯୭୧ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି। ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଏହାସହ ୨୮୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ।   

ବିଶ୍ୱବ୍ୟାପୀ କରୋନା ଭାଇରସ୍ ପଜିଟିଭ୍ ରୋଗୀ ସଂଖ୍ୟା ୬୯ ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ ୪ ଲକ୍ଷ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟକ କରୋନା ତଥ୍ୟ ଅନୁଯାୟୀ, ବିଶ୍ୱର ସଂକ୍ରମିତ ଦେଶର ତାଲିକାରେ ଭାରତ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛି । ଇଟାଲୀ ଓ ସ୍ପେନ୍ କୁ ପଛରେ ପକାଇ ଭାରତ ଏହି ସ୍ଥାନରେ ଅଛି । ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା ରହିଥିବା ବେଳେ ଏହା ତଳକୁ  ବ୍ରାଜିଲ, ଋଷ ଓ ବ୍ରିଟେନ ରହିଛି ।

  • Tags:

Subscribe

National International State Sports Entertainment