ଭାରତରେ ବେକାବୁ ହେଉଛି ମହାମାରୀ କରୋନା, ଏଯାଏଁ ୬ ଲକ୍ଷ ୨୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୧୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା
Khabar Odisha:National-6-lakh-crossed-Corona-positive-in-India
ନୂଆଦିଲ୍ଲୀ, ଜୁଲାଇ 3(ଖବର ଓଡ଼ିଶା):

 ଭାରତରେ ଦିନକୁ ଦିନ ମହାମାରୀ କରୋନା ଭାଇରସ ପ୍ରଭାବ ବଢ଼ିଚାଲିଛି । ଦେଶରେ କରୋନାସ୍ଥିତି ବିସ୍ଫୋରକ ହେଉଛି । ପ୍ରତିଦିନ ଦେଶରେ ଉଦବେଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ପୁଣି ଦେଶରେ ୨୦ ହଜାର ରୁ ଅଧିକ ଆକ୍ରାନ୍ତ ଚିହ୍ନଟ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୨୫ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା  ୧୮ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭାରତରେ ମଧ୍ୟ ଦିନକୁ ଦିନ ଭୟଙ୍କର ରୂପ ନେଉଛି ।   ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୨୫ ହଜାର ୫୫୪ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩, ୭୯ ହଜାର ୮୯୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୭ ହଜାର ୪୩୯ ସକ୍ରିୟ ଅଛନ୍ତି।ଏବେ  ୨ ଲକ୍ଷ ୨୭ ହଜାର ୪୩୯ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୨୦୯୦୩ ନୂଆ ମାମଲା ସାମନାକୁ ଆସିଛି। ଏହା ପୁଣି ପୂର୍ବ ଆକ୍ରାନ୍ତ ଚିହ୍ନଟର ରେକର୍ଡ ଭାଙ୍ଗିଛି । ଏହା ସହ ୩୭୯ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ମଧ୍ୟ  ସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।

  • Tags:

Subscribe

National International State Sports Entertainment