ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): ଜଣେ ବ୍ୟକ୍ତି ନିଜର ମା’-ବାପାଙ୍କ ପାଇଁ ପ୍ରଥମ ଥର ବିଜନେଓ କ୍ଲାସରେ ଟିକେଟ ବୁକ୍ କରିଥିଲେ । ସେହି ଆବେଗପୂର୍ଣ୍ଣ ମୁହୂର୍ତ୍ତକୁ ସେ ଟୁଇଟରେ ସେୟାର କରିଛନ୍ତି । ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ଏବେ ସେ ଏମିତି ସ୍ଥିତିରେ ଅଛନ୍ତି, ଯେଉଁଠି ତାଙ୍କର ମା’-ବାପା ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନରେ ଆରାମରେ ଯାତ୍ରା କରିପାରିବେ ।
ଟୁଇଟ୍ରେ ବ୍ୟକ୍ତି ଜଣକ ଲେଖିଛନ୍ତି ଯେ, ଆଜି ସାମାନ୍ୟ ଆଶ୍ୱସ୍ତିଲାଭ କରୁଛି । ୟୁଜର୍ସ ମଧ୍ୟ ଏହି ଇମୋସନାଲ ଟୁଇଟର ପ୍ରତିକ୍ରିୟା ଦେଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଯେ, ଏହି ଟୁଇଟ ତାଙ୍କର ଦିନ ହୋଇଯାଇଛି । ମୁଖ୍ୟ କଥା ହେଲା ଯେ, ବ୍ୟକ୍ତି ଜଣକ ତାଙ୍କ ପିତା-ମାତାଙ୍କୁ ଆମେରିକା ବୁଲାଇଛନ୍ତି । ଏହା ପୁଣି ବିଜନେଓ କ୍ଲାସରେ ବିମାନ ଯାତ୍ରା । ଏହା ପୂର୍ବରୁ ବ୍ୟକ୍ତି ଜଣକ ୧୫ ବର୍ଷ ଆଗରୁ ଆମେରିକା ଯାଇଥିଲେ । ଗୌରବ ସବନିସ ନାଁରେ ବ୍ୟକ୍ତି ଜଣକ ଆମେରିକାରେ ରହୁଛନ୍ତି । ସେ ସେଠାରେ ଜଣେ ସହକାରୀ ପ୍ରଫେସର । ଗୌରବ ନିଜର ପିତା-ମାତାଙ୍କୁ ଆମେରିକା ବୁଲାଇବା ନେଇ ଟୁଇଟ୍ କରିଛନ୍ତି ।
ଗୌରବ ସେହି ସମୟକୁ ମଧ୍ୟ ମନେ ପକାଇଛନ୍ତି, ଯେ ସେ ଯେତେବେଳ ଛୋଟ ଥିଲେ ତାଙ୍କର ମା’ ୧୬ରୁ ୨୪ ଘଣ୍ଟା ଯାତ୍ରା କରି ପୁଣେରୁ ଇନ୍ଦୋର ଯାଉଥିଲେ । ସେ କହିଛନ୍ତି ଯେ, ମା’-ବାପାଙ୍କୁ ବିଜନେଓ କ୍ଲାସରେ ଆମେରିକା ବୁଲାଇବା ପାଇଁ ୨୦୨୦ ଏପ୍ରିଲରେ ଯୋଜନା କରିଥିଲେ । କିନ୍ତୁ କରୋନା କାରଣରୁ ତାଙ୍କର ଯୋଜନା ସେହି ସମୟରେ ବିଫଳ ହୋଇଥିଲା ।