ଅକ୍ସିଜେନ ଅଭାବରୁ ମୃତ୍ୟୁ ନରସଂହାର ସହିତ ସମାନ: ଆହ୍ଲାବାଦ ହାଇକୋର୍ଟ
Khabar Odisha:Nation-Oxygen-crisis-UP-HC-demands-report-over-covid-19-deaths-in-Lucknow-and-Meerut

ପ୍ରୟାଗରାଜ, ମେ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ ଅକ୍ସିଜେନ ଅଭାବରୁ ହେଉଥିବା ମୃତ୍ୟୁ ନେଇ ହାଇକୋର୍ଟ ଟିପ୍ପଣୀ ଦେବା ସହ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ନିଜର ଆଦେଶରେ ଆହ୍ଲାବାଦ ହାଇକୋର୍ଟ ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ନ ହେବାରୁ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁକୁ ଅପରାଧିକ କୃତ୍ୟ ଦର୍ଶାଇ ନରସଂହାର ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ନରସଂହାର ପାଇଁ ସେହିମାନେ ଦାୟୀ, ଯେଉଁମାନଙ୍କ ହାତରେ ଅକ୍ସିଜେନ ଯୋଗାଇବା ପାଇଁ ଦାୟୀତ୍ୱ ଥିଲା । 

ଅଦାଲତଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ସେହି ଖବର ଉପରେ ଦିଆଯାଇଛି । କାରଣ ଅକ୍ସିଜେନ ଅଭାବରୁ ଲଖନଉ ଏବଂ ମେରଠ ଜିଲ୍ଲାରେ କୋଭିଡ ରୋଗୀଙ୍କ ଜୀବନ ଯାଇଛି । କୋର୍ଟ ଲଖନଉ ଏବଂ ମେରଠ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ୪୮ ଘଣ୍ଟା ମଧ୍ୟରେ ଯାଂଚ ରିପୋର୍ଟ ଦାଖଲ କରନ୍ତୁ ଏବଂ ଆଗାମୀ ଶୁଣାଣୀରେ ଅନଲାଇନ୍‌ରେ ଉପସ୍ଥିତ ରୁହନ୍ତୁ । 

ମେରଠ ମେଡିକାଲ କଲେଜର ନୂଆ ଟ୍ରାମା ସେଣ୍ଟର ଆଇସିୟୁରେ ଅକ୍ସିଜେନ ନ ମିଳିବାରୁ ୫ ଜଣ ରୋଗୀଙ୍କର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହିଭଳି ଲଖନଉ ଗୋମତୀ ନଗରରେ ସନ ହସ୍ପିଟାଲ ଏବଂ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ହୋଇ ନପାରିବାରୁ କୋଭିଡ ରୋଗୀଙ୍କୁ ଅକ୍ସିଜେନ ବ୍ୟବସ୍ଥା କରିବାକୁ ପଡ଼ିଥିଲା । ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

 

  • Tags:

Subscribe

National International State Sports Entertainment