ଲଖନଉ, ଜୁନ୍ ୨୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଯୋଗୀ ସରକାର ଜେଲରେ ଆଜୀବନ କାରାବାସର ଦଣ୍ଡ ଭୋଗୁଥିବା କଏଦୀଙ୍କ ବୟସକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ଆଜୀବନ କାରାବାସର ସଜା କାଟିବା ପରେ କଏଦୀଙ୍କ ବୟସ ୬୦ ବର୍ଷ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସଜା ଶେଷ ହେବା ପରେ ହିଁ ତାଙ୍କୁ ଖଲାସ କରିଦିଆଯିବ ।
ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏହା ପରେ ନିର୍ଦ୍ଧାରିତ ହୋଇଯିବ ଯେ, ସରକାରଙ୍କ ଏହି ନିଷ୍ପତ୍ତି କେତେ ଜଣ ବନ୍ଦୀ ମୁକୁଳିବା ପାଇଁ ରାସ୍ତ ବାହାର କରିବ । ଉତ୍ତର ପ୍ରଦେଶ ସରକାର ସେହି ବନ୍ଦୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି, ଯେଉଁମାନେ କମ ବୟସରେ ଆଜୀବନ ଦଣ୍ଡ ଭୋଗୁଛନ୍ତି । କିନ୍ତୁ ସେମାନଙ୍କୁ ୬୦ ବର୍ଷ ବୟସ ଯାଏଁ ଅପେକ୍ଷା କରିବାକୁ ପଡ଼ିଥାଏ ।
ଆଇନ ଭାଷାରେ କୌଣସି ଅପରାଦୀ ଆଜୀବନ କାରାବାସର ସଜା ଦ୍ୱାରା ବନ୍ଦୀ ଜୀବନ ଜୀବନପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିଥାଏ । କିନ୍ତୁ ଜେଲରେ ବଢୁଥିବା କଏଦୀଙ୍କ ସଂଖ୍ୟା ଓ ଉତ୍ତମ ବ୍ୟବହାର କାରଣରୁ ଆଜୀବନ କାରାବାସର ସଜା ପାଇଥିବା ବନ୍ଦୀଙ୍କୁ ଅତିକମରେ ୧୬ ବର୍ଷ ଜେଲରେ ରହିବାର ବ୍ୟବସ୍ଥା ରହିଛି । ୨୦ ବର୍ଷ ଜେଲରେ ରହିବା ପରେ ଯେକୌଣସି ବନ୍ଦୀ ନିଜର ଭଲ ବ୍ୟବହାର ଯୋଗୁଁ ଖଲାସ ହେବାର ଅଧିକାର ପାଇପାରିବ । ପୂର୍ବ ନିୟମ ଅନୁସାରେ ଆଜୀବନ କାରବାସର ସଜାରେ ସମୟ ପୂର୍ବରୁ ଖଲାସ ପାଇବା ପାଇଁ କଏଦୀଙ୍କ ବୟସ ୬୦ ବର୍ଷ ହେବା ଦରକାର ଥିଲା ।