ଚାମୋଲି, ଜାନୁଆରୀ ୦୧ (ଖବର ଓଡ଼ିଶା): ଉତ୍ତରାଖଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ଜିଲ୍ଲା ଚାମୋଲିର ଉର୍ଗମ ଘାଟୀରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ଏଠାରେ ଭୂସ୍ଖଳନ ହେବାରୁ ୨୦୦ ପର୍ଯ୍ୟଟକ ଘାଟୀରେ ଫସିଛନ୍ତି। କାରଣ ଭୂସ୍ଖଳନରେ ମୁଖ୍ୟ ରାସ୍ତାର ୫୦ ମିଟର ଦବି ଯାଇଛି। ଏହି ରାସ୍ତା ଭାଙ୍ଗିବା ଯୋଗୁଁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଚମୋଲି ଜିଲ୍ଲାରେ ଯୋଶୀମଠ ବ୍ଲକ ସ୍ଥିତ ହେଲଙ୍ଗ ଉର୍ଗମ ମୋଟର ମାର୍ଗରେ ୩ କିଲୋମିଟର ଆଗକୁ ମୁଖ୍ୟ ରାସ୍ତାର ୫୦ ମିଟର ଭୂସ୍ଖଳନରେ ପ୍ରଭାବିତ ହୋଇଛି। ଏହା ପରେ ମୁଖ୍ୟ ରାସ୍ତାରେ ଯାନବାହନ ଚଳପ୍ରଚଳ କରୁନାହିଁ। ବିଭାଗୀୟ ଅଧିକାରୀଙ୍କ କହିବା ଅନୁସାରେ ଭୂସ୍ଖଳନର କ୍ଷେତ୍ର ବଡ଼ ହେବା କାରଣରୁ ସଡ଼କ ସ୍ବାଭାବିକ ହେବା ପରେ ଏହାର ମରାମତି ପାଇଁ ପାଖାପାଖି ୨ ସପ୍ତାହ ସମୟ ଲାଗିବ। ଲୋକଙ୍କର ଯାତାୟତ ପାଇଁ ବିକଳ୍ପ ରାସ୍ତା ବାହାର କରାଯାଉଛି।