ନୂଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): ଇଂରାଜୀ ନୂଆବର୍ଷ ଆଜିଠାରୁ ଆରମ୍ଭ ହୋଇଯାଇଛି। ସମଗ୍ର ବିଶ୍ବ ସମତେ ଭାରତୀୟ ମାନେ ମଧ୍ୟ ଉତ୍ସାହର ସହିତ କୋଭିଡ କଟକଣା ସହିତ ନୂଆବର୍ଷକୁ ସ୍ବାଗତ କରିଛନ୍ତି।
ପଶ୍ଚିମବଙ୍ଗର ହାଓଡ଼ା ବ୍ରିଜ୍ ଉପର ନୂଆବର୍ଷର ପ୍ରଥମ ସୂର୍ଯ୍ୟ କିରଣ ଲୋକଙ୍କୁ ନୂଆ ଆଶା ଦେଇଛି। ଆସାମର ଗୌହାଟୀ ଓ ପୁରୀ ବେଳାଭୂମିରୁ ମଧ୍ୟ ଲୋକେ ନୂଆବର୍ଷର ପ୍ରଥମ କିରଣକୁ ଅପେକ୍ଷା କରିଥିଲେ।
ନୂଆବର୍ଷ ଅବସରରେ ଉତ୍ତରପ୍ରଦେଶର ବାରାଣସୀସ୍ଥିତ ପବିତ୍ର ଗଙ୍ଗା ନଦୀରେ ସ୍ବତନ୍ତ୍ର ଆରତୀ ହୋଇଛି। ମୁମ୍ବାଇରେ ଇଣ୍ଡିଆ ଗେଟରୁ ମୁମ୍ବାଇବାସୀ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଉପଭୋଗ କରିଛନ୍ତି।
ଏହା ପୂର୍ବରୁ ୨୦୨୧କୁ ଧୁମଧାମ୍ରେ ବିଦାୟ ଦେବା ପରେ ସମଗ୍ର ବିଶ୍ବ ସମେତ ଭାରତ ମଧ୍ୟ ଇଂରାଜୀ ନବବର୍ଷ-୨୦୨୨କୁ ସ୍ବାଗତ କରିଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସମେତ, ମୁମ୍ବାଇ, କୋଲକାତା, ଚେନ୍ନାଇ ସହ ସମଗ୍ର ଭାରତରେ ନିଜ ନିଜ ଶୈଳୀରେ ଲୋକେ ନୂଆବର୍ଷ ପାଳନ କରିଛନ୍ତି। ପୂର୍ବବର୍ଷ ଭଳି ଯଦିଓ ନୂଆବର୍ଷକୁ ନେଇ ଉତ୍ସାହ ନାହିଁ, ତଥାପି ଲୋକେ ଆତାସବାଜି, ବାଣ ଓ ଫୋଟକା ଫୁଟାଇ ନୂଆବର୍ଷକୁ ଉତ୍ସାହର ସହିତ ସ୍ବାଗତ କରିଛନ୍ତି।
ନୂଆବର୍ଷ ପାଇଁ ପୂର୍ବବର୍ଷ ଭଳି ଯଦିଓ ରାସ୍ତାଘାଟରେ ଲୋକେ ଯଦିଓ ଦେଖାଯାଇ ନାହାନ୍ତି କିଛି ଲୋକ ମଧ୍ୟରାତ୍ରିରେ ହାପି ନ୍ୟୁ ଇୟର କହୁଥିବା ସ୍ବର ଘରକୁ ଶୁଣାଯାଇଛି। ଅନ୍ୟମାନେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଭୟରେ ଘରକୁ ବାହାରି ନାହାନ୍ତି।