ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ: ଉତ୍ତର ଭାରତରେ ଏମିତି ହେଉଛି ପାଳନ, ଦେଖନ୍ତୁ ଭିଡିଓ
Khabar Odisha:Nation-Devotees-offer-prayers-and-sing-devotional-songs-at-ISKCON-Temple-on-the-occasion-of-Krishna-Janmashtami

ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): କରୋନା ସଂକଟ ମଧ୍ୟରେ କାଲିଠାରୁ ଦେଶବ୍ୟାପୀ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହେଉଛି । ମାତ୍ର ଏଥର ମଥୁରା ସମେତ ଅନେକ ସ୍ଥାନର ପ୍ରମୁଖ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବେଶ ଉପରେ କଟକଣା ଲାଗିଛି । ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଲଗାତାର ୨ ଦିନ ପାଳନ ହେଉଛି । କିଛି ସ୍ଥାନରେ ମଙ୍ଗଳବାର ଏବଂ ଅନ୍ୟ ସ୍ଥାନରେ ବୁଧବାର ଜନ୍ମାଷ୍ଟମୀ ପାଳନ ହେଉଛି । 

ଦିଲ୍ଲୀ ଉପକଣ୍ଠ ନୋଏଡାସ୍ଥିତ ଇସ୍କନ ମନ୍ଦିରରେ ଆଜି ଜନ୍ମାଷ୍ଟମୀ ପାଳନ ହେଉଛି । ସାମାଜିକ ଦୂରତା ପାଳନ କରି ଏଠାରେ ମନ୍ଦିରର ସେବାୟତମାନେ ପୂଜାର୍ଚ୍ଚନା କରିଛନ୍ତି । ଦିଲ୍ଲୀରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁମାନେ ନୃତ୍ୟ କରିଛନ୍ତି । 

ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ପ୍ରତିଷ୍ଠାନର ସଚିବ କପିଳ ଶର୍ମା କହିଛନ୍ତି, ଜିଲ୍ଲା ପ୍ରଶାସନ ଓ ବ୍ରଜର ସମସ୍ତ ମନ୍ଦିରମାନଙ୍କର ପରିଚାଳକ, ସେବାୟତ ଏବଂ ପ୍ରବନ୍ଧକମାନଙ୍କ ମଧ୍ୟରେ ଆଲୋଚନା ହୋଇଛି । କରୋନା ମହାମାରୀ ଯୋଗୁଁ ଗାଇଡଲାଇନକୁ ପାଳନ କରିବାକୁ ହେବ । ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, ବରସାନା, ନନ୍ଦଗାଓ, ଗୋକୁଳ, ମହାବନ, ବଳଦେବ ଆଜି ତୀର୍ଥସ୍ଥଳରେ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ବନ୍ଦ ରହିବ । କିନ୍ତୁ ମନ୍ଦିରରେ ସମସ୍ତ ପ୍ରକାର ପରଂପରା ଜାରି ରହିବ । 

 

  • Tags:

Subscribe

National International State Sports Entertainment