ନୂଆଦିଲ୍ଲୀ, ଜାନୁଆରୀ ୧୮ (ଖବର ଓଡ଼ିଶା): ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ତରଫରୁ ବିକଶିତ ଆଣ୍ଟିଭାଇରାଲ ନୂଆ ଟେକନିକ ସର୍ସ-ସିଓଭି-୨ ବାୟୁରେ ସଂକ୍ରମଣ ହ୍ରାସ କରିବାରେ ପୂରା କ୍ଷମତା ରହିଛି। କୋଭିଡ-୧୯ ମହାମାରୀ ସହିତ ଲଢ଼ିବା ଭଳି ଟ୍ରେନ୍ର ଡବା, ଏସି ବଗି ତଥା ଅନ୍ୟ ବନ୍ଦ ପରିସରରେ ଲଗାଯାଉଛି। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସୋମବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ଅନୁସନ୍ଧାନ ପରିଷଦ (ସିଏସ୍ଆଇଆର) ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି କହିଛନ୍ତି ଯେ, ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସୀମିତ କ୍ଷମତା ସହିତ ବନ୍ଦ ପରିସରରେ ବୈଠକ ସମୟରେ ଏହି ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯାଇ ପାରିବ। ମହାମାରୀ ସମୟରେ କିଛି ଦିନ ପାଇଁ ରାଲି ଓ ରୋଡ ଶୋ’ ଉପରେ ଆୟୋଗଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିବା ବେଳେ ମନ୍ତ୍ରାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ସେ କହିଛନ୍ତି ଯେ, ରେଳଗାଡ଼ିର ଡବା, ବାତାନୁକୁଳିନ ବସ ଏବଂ ସଂସଦ ଭବନରେ ବିଷାଣୁନାଶକ ପ୍ରଯୁକ୍ତିକୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଏବେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଆରମ୍ଭ କରାଯାଇଛି।