ନୂଆବର୍ଷରୁ ରାଜଧାନୀରେ ହତ୍ୟା: ଭୋଜି ବେଳେ ମାରପିଟ୍ ,ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଭୁବନେଶ୍ୱର ,ଜାନୁଆରୀ ୧(ଖବର ଓଡ଼ିଶା): Share story: ନୂଆବର୍ଷ ଆରମ୍ଭ ରୁ ଏକ ହତ୍ୟା ଖବର ସାମ୍ନାକୁ ଆସିଛି । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ନୂଆସାହିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ଖବରପାଇ ଏୟାରଫିଲ୍ଡ ଥାନା ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ ଜାରି ରଖିଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଅଞ୍ଚଳର ଦିପୁ ରାଉତ । ଗତକାଲି ବିଳମ୍ବିତ ରାତିରେ ନୂଆବର୍ଷ ପାଇଁ ଭୋଜି କରୁଥିବା ସମୟରେ ଏପରି ଘଟଣା ଘଟିଛି କୁହାଯାଉଛି । ସୁଚନା ଅନୁସାରେ ନୂଆ ସାହି ଅଞ୍ଚଳର କିଛି ଯୁବକ ଭୋଜି କରୁଥିବା ବେଳେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା। ହେଲେ ହଠାତ କପିଳେଶ୍ଵର ଅଞ୍ଚଳର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଖବର ଓଡ଼ିଶା, Reporter, 01/01/2022