ମୟୂରଭଞ୍ଜ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ
Khabar Odisha:Mayurbhanj-college-student-gang-rape-case--3-accused-arrested

ମୟୂରଭଞ୍ଜ, ଅକ୍ଟୋବର ୧୭(ଖବର ଓଡ଼ିଶା): ଗତ କାଲିର ମୟୂରଭଞ୍ଜ ଜିଲ୍ଲା ବିଶିଙ୍ଗା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେବା ବାହାନାରେ ନେଇ ଗଣଦୁଷ୍କର୍ମ କରାଯାଇଥିବା ମାମଲାରେ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଶିଙ୍ଗା ଥାନା ପୋଲିସ୍ ।

ଶନିବାର କଲେଜ ଯାଉଥିବା ସମୟରେ ଛାତ୍ରୀ ଜଣଙ୍କୁ କଲେଜରେ ଛାଡିଦେବାକୁ କହି ଲିଫ୍ଟ ଦେବା ବାହାନାରେ ଛାତ୍ରୀଙ୍କ କିଛି ସାଙ୍ଗ ତାଙ୍କୁ ଟେକି ନେଇ ପାଖ କଳମା ଛକ ନିକଟରେ ଥିବା ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ ।

ଜଙ୍ଗଲରୁ ଯୁବତୀ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୀଡିତାଙ୍କ ପରିବାର ପକ୍ଷରୁ ବିଶିଙ୍ଗା ଥାନାରେ ସମ୍ପୃକ୍ତ ୩ ଅଭିଯୁକ୍ତ ମାନଙ୍କ ନାମରେ ଅଭିଯୋଗ ହେବା ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି ।

ତେବେ ଛାତ୍ରୀ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ଏପଟେ ଗିରଫ ଅଭିଯୁକ୍ତ ମାନଙ୍କୁ ଆସନ୍ତା କାଲି କୋର୍ଟ ଫରୱାର୍ଡ କରାଯିବ ବୋଲି ବିଶିଙ୍ଗା ଥାନା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment