ଭୁବନେଶ୍ବରରେ ପହଞ୍ଚିଲେ ଲିଜେଣ୍ଡସ କ୍ରିକେଟର, ଏୟାରପୋର୍ଟରୁ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଗଲା ଖେଳାଳିଙ୍କୁ ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଡସ କ୍ରିକେଟର । ସୋମବାର, ମଙ୍ଗଳବାର ଓ ବୁଧବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ। ତେବେ ସୋମବାର ପ୍ରଥମ ମ୍ୟାଚ ଖେଳିବା ପାଇଁ ରବିବାର ୨ଟି ଟିମ ମଣିପାଲ ଟାଇଗରସ ଓ ଭିଲଓ୍ବାରା କିଙ୍ଗସର ଖେଳାଳି ଭୁବନେଶ୍ବର ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଏୟାରପୋର୍ଟରୁ କଡା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ସେପଟେ କଟକର ବାରବାଟୀ ଷ୍ଟା଼ିୟମରେ କ୍ରିକେଟ ମ୍ୟାଚ ହେବାକୁ ଥିବାବେଳେ ଆଇନ ଶୃଙ୍କଳା ବ୍ୟବସ୍ଥାକୁ ନେଇ ପୋଲିସ ବେସ ସତର୍କ ରହିଛି । ଖବର ଓଡ଼ିଶା, Reporter, 25/09/2022