ବିହାର ସରକାରଙ୍କୁ ଟାର୍ଗେଟ କଲେ ଲାଲୁ ଯାଦବ, କରୋନା ମୃତ୍ୟୁସଂଖ୍ୟାରେ ଅନିୟମିତତା ନେଇ ବଢିଲା ବିବାଦ
Khabar Odisha:Lalu-Yadav-targets-Bihar-government-controversy-erupts-over-irregularities-in-Karonas-death
ନୂଆଦିଲ୍ଲୀ,ଜୁନ୍ 10 (ଖବର ଓଡିଶା):

କରୋନା ମହାମାରୀ କାରଣରୁ ଏବେ ବିଭିନ୍ନ ରାଜ୍ୟରେ ଅନେକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଏହାରି ଭିତରେ ବିହାରରେ 5 ହଜାରରୁ ଅଧିକ କରୋନା ରୋଗୀ ମୃତ୍ୟୁବରଣ କରିଥିବା ପ୍ରଥମେ ସୂଚନା ମିଳିଥିଲା । ପରେ ସରକାରଙ୍କ ଦ୍ୱାରା ଏହି ସଂଖ୍ୟାର ଅଡ଼ିଟ୍ (ସମ୍ପୁର୍ଣ୍ଣ ସଂଖ୍ୟାର ଆକଳନ)ହେବା ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବା କୁହା ଯାଇଥିଲା । ଫଳରେ ମୃତ୍ୟସଂଖ୍ୟାରର ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିଲା ।

ଏହାରି ମଧ୍ୟରର ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ନୀତିଶ ସରକାରଙ୍କୁ ଆକ୍ଷେପ କରିଛନ୍ତି । ଲାଲୁ ପ୍ରସାଦ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ, ନୀତିଶ ମନମୁଖୀ ଶାସନ କରୁଛନ୍ତି ,ନିଜର କର୍ତ୍ତବ୍ୟ ଭୁଲିଯାଇଛନ୍ତି , ତଥାପି ଲାଜ ଲାଗୁନି । ଲାଲୁ ଯାଦବଙ୍କ ପୁର୍ବରୁ ତେଜସ୍ୱୀ ଯାଦବ ମଧ୍ୟ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ଲେଖିଥିଲେ ଯେ ନୀତିଶ ସରକାର ହିଁ ଅସାଧୁ ତେଣୁ ତାଙ୍କ କାମ ମଧ୍ୟ ଠିକ୍ ଅସାଧୁଙ୍କ ପରି । 

ସୁଚନାଯୋଗ୍ୟ, ବିହାର ସରକାର କରୋନାରେ ହୋଇଥିବା ମୃତ୍ୟୁର ଅଡ଼ିଟ୍ କରିଥିଲେ ହେଲେ ପୁଣି ଆଉଥରେ ଏହାକୁ ନୁଆ ଅଡ଼ିଟ୍ କରିଛନ୍ତି । ଏପର୍ଯ୍ୟନ୍ତ ବିହାରରେ କରୋନା କାରଣରୁ ସାଢେ ପାଞ୍ଚ ହଜାର ଲୋକଙ୍କ ମୃତ୍ୟୁ ଦେଖାଉଥିବା ବେଳେ ଏହା ବର୍ତ୍ତମାନ 9 ହଜାରକୁ ବୃଦ୍ଧି ପାଇଛି। 

ଏହି ନୁଆ ଅଡିଟକୁ ନେଇ ହୋଇଥିବା ବିବାଦରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି, “ସରକାର କୌଣସି ନମ୍ବର ଲୁଚଉ ନାହାନ୍ତି ବରଂ ନିୟମ ଅନୁସାରେ ଲୋକମାନଙ୍କ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ଆମେ ସବୁ ଜିଲ୍ଲାରେ ବୌଠକ ବସାଇଥିଲୁ ଏବଂ ସମସ୍ତ ତଥ୍ୟ ମିଳିଲା ପରେ ଏହା ସମସ୍ତଙ୍କ ସାମ୍ନାକୁ ଆଣିଲୁ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରର ପ୍ରୋଟୋକଲ ଅନୁସାରେ କରୋନା ମୃତ୍ୟୁର ତଥ୍ୟ ଆଣିବାକୁ ପଡ଼ିଲେ ତାକୁ ମଧ୍ୟ ମିଶାଇ ତଥ୍ୟ ବାହାର କରିବାକୁ ପଡ଼ିବ ।

  • Tags:

Subscribe

National International State Sports Entertainment