ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ବିମାନଟି କୁଏତରୁ ହାଇଦ୍ରାବାଦ ଯାତ୍ରା କରୁଥିଲା। ଉଡ଼ାଣ ମଝିରେ ଏକ ବୋମା ଧମକ ମିଳିଥିଲା। ବିମାନକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ଇମେଲ୍ ମାଧ୍ୟମରେ ବୋମା ଧମକ ପଠାଯାଇଥିଲା। ଇମେଲ୍ ଦିଲ୍ଲୀ ବିମାନବନ୍ଦରରୁ ଆସିଥିଲା। ଇମେଲ୍ ପାଇବା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଥିଲା ଏବଂ ଇଣ୍ଡିଗୋ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା।
ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ବିମାନ ଏକ Airbus A321-251NX, ୧ଟା ୫୬ରେ କୁୱେତରୁ ଉଡ଼ାଣ ଭରାଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ଧମକପୂର୍ଣ୍ଣ ଇମେଲ୍ ପାଇବା ପରେ ବିମାନଟି ଆଜି ସକାଳ ୮ଟା ୧୦ରେ ମୁମ୍ବାଇରେ ଅବତରଣ କରିଥିଲା।
ପୂର୍ବରୁ ନଭେମ୍ବର ୨୩ରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ବିରୁଦ୍ଧରେ ମଧ୍ୟ ବୋମା ଧମକ ମିଳିଥିଲା। ବିମାନଟି ବାହାରିନରୁ ହାଇଦ୍ରାବାଦ ଆସୁଥିଲା। ଧମକ ପରେ ବିମାନଟିକୁ ମୁମ୍ବାଇ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଫୋନକୁ ଆସୁଥିବା ଆପ୍ ଡିଲିଟ କିମ୍ବା ଅକ୍ଷମ କରିପାରିବେ ନାହିଁ