ଫୋନ ମାଧ୍ୟମରେ ଝାରସୁଗୁଡା ବାସୀଙ୍କ ପାଖରେ ପଂହଚିବେ ଝାରସୁଗୁଡା ଏସପି
Khabar Odisha:Jharsuguda-SP-will-lunch-phone-re-SP-initiative-programme-for-people
ଝାରସୁଗୁଡା,ଜୁନ 29 ( ଖବର ଓଡ଼ିଶା):


ସଂପ୍ରତି ମହାମାରୀ କରୋନାର ସମୟ । ଏହି ମହାମରୀରୁ ରକ୍ଷା ପାଇବା ପାଇଁ ସରକାର ଲକ ଡାଉନ ଏବଂ ସଟ ଡାଉନ ଜାରି କରୁଛନ୍ତି । ଏହି ପରିସ୍ଥିତିରେ ଲୋକ ମାନଙ୍କୁ ଦରକାର ନଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । 


ତେବେ ଏହି ପରିସ୍ଥିତିରେ ଝାରସୁଗୁଡା ଏସପି ଫୋନ ରେ ଏସିପି କାର୍ଯ୍ୟକ୍ରମ ଆରମ୍ଭ କରିବାର ଯୋଜନା କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଝାରୁସୁଗୁଡାର ବାସିନ୍ଦା ସେମାନଙ୍କ ଅସୁବିଧା ଏସ.ପିଙ୍କ ଲ୍ୟାଣ୍ଡ ଲାଇନରେ ଫୋନ କରି ଜଣାଇପାରିବେ । ତେବେ ପ୍ରତ୍ୟକ ସୋମବାର ୧୦.୩୦ ରୁ ୧୧.୩୦ ଯାଏ ଏହି ଫୋନ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।


ଦୁର୍ଗମ ଅଂଚଳ ଏବଂ କଣ୍ଟେନମେଣ୍ଟ ଏରିଆରେ ଥିବା ଲୋକମାନେ ନିଜର ଅଭିଯୋଗ ଜଣାଇବା ନିମନ୍ତେ ଅପିସକୁ ଆସିବା ଅସମ୍ଭବ ଏବଂ ସେମାନେ ଏହି ଲ୍ୟାଣ୍ଡ ଲାଇନରେ ଫୋନ କରି ସେମାନଙ୍କ ଅସୁବିଧା ଏସପିଙ୍କୁ ଜଣାଇପାରିବେ । 


ଯଦି ଜିଲ୍ଲାରେ କୌଣସି ବ୍ୟକ୍ତିର ଅଭିଯୋଗ ପୋଲିସ ରଖିନାହାନ୍ତି କିମ୍ବା କୌଣସି କେସରେ ତଦନ୍ତ କାର୍ଯ୍ୟ ଠିକ ଭାବେ ଚାଲିନାହିଁ ତେବେ ଏହି ନମ୍ବରରେ ମଧ୍ୟ କଲ କରି ଜଣାଇପାରିବେ । ଲୋକମାନଙ୍କ ସମସ୍ୟା ଗୁଡିକ ଆସିବା ପରେ ବିଭାଗୀୟ କର୍ମଚାରୀଙ୍କ ସହ କଥା ହୋଇ ସେସବୁକୁ ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି ।

  • Tags:

Subscribe

National International State Sports Entertainment