ୱାଶିଂଟନ୍/ବ୍ରିଟେନ୍, ଜାନୁଆରୀ ୦୧ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀ ଆମେରିକା ସହିତ ସ୍ବେନ, ବ୍ରିଟେନ୍, ଓ ଫ୍ରାନ୍ସରେ ବଢ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୩ଲକ୍ଷ ୪୬ ହଜାର ୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି, ଯେଉଁଥି ପାଇଁ ଆଶ୍ବସ୍ତି ପ୍ରଦାନ କରିଛି। ଆମେରିକାରେ ଗୋଟିଏ ଦିନରେ ୭୧୧ ଜଣଙ୍କର ମୃତ୍ୟୁ ହୋଇଛି।
ଆମେରିକାରେ ଏଯାଏଁ ୫ କୋଟି ୫୫ ଲକ୍ଷ ୯୮ ହଜାର ୯୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୧୪ ଲକ୍ଷ ୯୮ ହଜାର ୨୯୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୪୬ ହଜାର ୯୦୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୩୨ ଲକ୍ଷ ୫୩ ହଜାର ୭୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୭ ହଜାର ୯୬୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ବ୍ରିଟେନ୍ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୮୯ ହଜାର ୮୪୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ ହଜାର ୨୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୨୦୩ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ଲକ୍ଷ ୩୨ ହଜାର ୭୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।