ପ୍ୟୋଙ୍ଗୟାଙ୍ଗ, ମେ ୧୬ (ଖବର ଓଡ଼ିଶା): ଉତ୍ତର କୋରିଆରେ କରୋନା ଉଗ୍ରରୂପ ଧାରଣ କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ଜ୍ୱର ଯୋଗୁଁ ଏଠାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୩,୯୨,୯୨୦ ଜଣ ଜ୍ୱରରେ ପୀଡିତ ଅଛନ୍ତି । କରୋନା ଭାଇରସ ବ୍ୟାପୁଥିବା ବେଳେ ଔଷଧ ଯୋଗାଣରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି କିମ୍ ଜଙ୍ଗ୍ ସେନା ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ରାଜଧାନୀ ପ୍ୟୋଙ୍ଗୟାଙ୍ଗ୍ରେ ମହାମାରୀ ବିରୋଧରେ ସେନାକୁ ମୁତୟନ କରିବା ପାଇଁ ଆଦେଶ ଦେଇଛନ୍ତି । ନର୍ଥ ଇମାରଜେନ୍ସି ଆଣ୍ଟି ଭାଇରସ ହେଡକ୍ୱାର୍ଟର ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ଶେଷ ଠାରୁ ଏପର୍ଯ୍ୟନ୍ତ ଦେଶରେ ୧୨ ଲକ୍ଷ ଲୋକଙ୍କୁ ଜ୍ୱର ହୋଇଛି । ୫,୬୪, ୮୬୦ ଜଣ ସଂଗରୋଧରେ ଅଛନ୍ତି । ଏହି ସମୟ ମଧ୍ୟରେ ଏପର୍ଯ୍ୟନ୍ତ ୫୦ ଜଣଙ୍କର ମୃତ୍ୟୁ ହୋଇଛି ।