ହଜିଗଲା ମାନବିକତା,ଜମିବାଡ଼ି ବିବାଦକୁ ନେଇ ଘର ଜାଳିଦେଲେ ପଡୋଶୀ ,ଜୀବନରୁ ମାରିଦେବାକୁ ମିଳିଥିଲା ଧମକ କଟକ, ନଭେମ୍ବର ୨୬(ଖବର ଓଡ଼ିଶା) Share story: ମାହାଙ୍ଗା ଥାନା ଅନ୍ତର୍ଗତ ଆନନ୍ଦପୁର ବଗିଚାସାହି ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତ ସୋମବାର ବିଳମ୍ବିତ ରାତିରେ ରଶ୍ମିତା ମହାପାତ୍ର ଓ ତାଙ୍କ ୧୦ ବର୍ଷର ପୁଅ ଚାଳଛପର ଘରେ ଏକୁଟିଆ ସୋଇଥିବା ବେଳେ ଉକ୍ତ ଗ୍ରାମର ପଦ୍ମଲାଭ ମହାପାତ୍ର ଓ ତାର ୮ ଜଣ ସହଯୋଗୀମାନେ ତାଙ୍କ ଘରେ ନିଆଁ ଲଗେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଜୈନିକ ମହିଳା ରଶ୍ମିତା ମହାପାତ୍ର । ପୂର୍ବ ଶତ୍ରୁତା ଏବଂ ଜମିବାଡ଼ି ବିବାଦକୁ ନେଇ କିଛି ଦିନ ହେବ ତାଙ୍କ ପଡୋଶୀ ପଦ୍ମଲାଭ ମହାପାତ୍ର ଅଶୀଳ ଭାଷା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଆସୁଥିଲେ । ଗତ ସୋମବାର ଦିନ ତାଙ୍କ ଘରେ ନିଆଁ ଲଗେଇ ଦେଇ ଜୀବନରୁ ମାରିଦେବାକୁ ବସିଥିଲେ , ଘର ଜଳୁଥିବା ଦେଖି କିଛି ଲୋକ ଦୌଡ଼ି ଆସି ତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ । ଘର ଜଳିବା ଖବର ପାଇ କୁଆଁପାଳ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏ ନେଇ ଥାନାରେ ରଶ୍ମିତା ଅଭିଯୋଗ କରିଥିଲେ । ଖବର ଓଡ଼ିଶା, Reporter, 26/11/2022