ନୂଆଦିଲ୍ଲୀ, ଜାନୁଆରୀ ୨୨ (ଖବର ଓଡ଼ିଶା):
ବରୋଦା ଅଲରାଉଣ୍ଡର ଦୀପକ ହୁଡା ଚଳିତ ବର୍ଷ ସମସ୍ତ ଡୋମେଷ୍ଟିକ ମ୍ୟାଚ ଖେଳିବାରୁ ବାସନ୍ଦ ହୋଇଛନ୍ତି । ତେବେ ତାଙ୍କୁ ବରୋଦା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ବାସନ୍ଦ କରାଯାଇଛି ବୋଲି ବରୋଦା କ୍ରିକେଟ ଆସୋସିଏସନର ମୁଖ୍ୟ ସତ୍ୟଜିତ ଗାୟେକୱାଡ ସୂଚନା ଦେଇଛନ୍ତି । ଏହ ସହ ଆଗାମୀ ବର୍ଷ ସେ ରଣଜୀ ସିଜିନ ଖେଳିପାରିବେ ବୋଲି ସୂଚନା ଦେଇଛନ୍ତି । କୃର୍ଣ୍ଣାଲ ପାଣ୍ଡ୍ୟାଙ୍କ ସହ ବିବାଦ ପରେ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରୁ ଦୀପକ ହୁଡା ଓହରି ଯାଇଥିଲେ ।