ଜୁଆ ଆଡ୍ଡା ଉପରେ ଚଢାଉ, ୮ ଜୁଆଡିଙ୍କ ସହ ଲକ୍ଷାଧିକ ଟଙ୍କା ଜବତ କଲା ପୋଲିସ ବାଲିପାଟଣା, ମେ ୧୬(ଖବର ଓଡିଶା): Share story: ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଖେଳରେ ବ୍ୟବହୃତ ସହ ଲକ୍ଷାଧିକ ଟଙ୍କା ଓ ବାଇକକୁ ଜବତ କରିଛି ପୋଲିସ । ତେବେ କିଛି ଜୁଆଡି ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲିଅନ୍ତା ଟେଲକପଡା ନିକଟରେ ଦୀର୍ଘ ଦିନ ଧରି ଜୁଆ ଆଡ୍ଡା ଚାଲିଥିଲା । ଏନେଇ ରବିବାର ବିଳମ୍ବିତ ରାତିରେ ଖବର ପାଇ ପୋଲିସ ଚଢାଉ କରିଥିଲା । ବାଲିଅନ୍ତା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଚୋଲକପଡାରେ ଚଢାଉ କରିଥିଲା । ତେବେ ପୋଲିସର ଏହି ଚଢାଉରେ ୮ ଜଣଙ୍କୁ ଗିରଫ କରାଯାଇଛି । ହେଲେ ଘଟଣାସ୍ଥଳରୁ କିଛଇ ଜୁଆଡି ଫେରାର ହୋଇଯାଇଥିଲେ । ସେହିପରି ଘଟଣାସ୍ଥଳରୁ ୭ଟି ମୋବାଇଲ ଫୋନ ସହ ବାଇକ ମଧ୍ୟ ଜବତ କରାଯାଇଛି । ଏହାସହିତ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରାଯାଇଛି । ଖବର ଓଡ଼ିଶା, Reporter, 16/05/2022