ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଟୋକୁ ଧକ୍କା ଦେଲା ଟ୍ରକ, ୧୧ ଜଣଙ୍କ ମୃତ୍ୟୁ ଗୁଜୁରାଟ, ଅକ୍ଟୋବର ୪(ଖବର ଓଡିଶା): Share story: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ। ଫଳରେ ୧୧ଜଣକ ମୃତ୍ୟୁ ହୋଇଛି। ଗୁଜୁରାଟର ବଡୋଦରାରେ ଅଟୋ ରିକ୍ସାକୁ ଟ୍ରକ୍ ଧକ୍କା ଦେବା ପରେ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣା ବଡୋଦରାରେ ବାୟୁସେନା ଷ୍ଟେସନ ଦାର୍ଜିପୁରା ନିକଟରେ ଘଟିଛି । ଅଟୋ ରିକ୍ସା ଏବଂ ଟ୍ରକ୍ ଧକ୍କାରେ ଅନ୍ୟ ୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ, ସୁରଟରୁ ଅହମ୍ମଦାବାଦ ଅଭିମୁଖେ ଆସୁଥିବା ଟ୍ରଲର ଟ୍ରକର ଚାଲଖ କାର୍ ସହ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇଥିଲେ । କଣ୍ଟେନର ଟି ଡିଭାଇଡରଟିକୁ ପାର କରି ଅଟୋକୁ ଧକ୍କା ମାରିଥିଲା । ଖବର ଓଡ଼ିଶା, Reporter, 04/10/2022