କଟକ-ଭୁବନେଶ୍ବରରେ ବଦଳିବ ଡ୍ରାଇଭିଂ ତରିକା, କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ ଡିସିପି
Khabar Odisha:Driving-mode-to-be-changed-in-Cuttack-Bhubaneswar-Traffic-DCP-proposes-to-Center
ଭୁବନେଶ୍ୱର, ନୂଆଦିଲ୍ଲୀ, ଜୁଲାଇ ୦୭ (ଖବର ଓଡ଼ିଶା):

କଟକ-ଭୁବନେଶ୍ବରରେ ବଦଳିବ ଡ୍ରାଇଭିଂ ତରିକା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଟ୍ରାଫିକ୍ ଡିସିପି ସାଗରିକା ନାଥ । ଗୃହ ବିଭାଗର ପ୍ରମୁଖ  ସଚିବଙ୍କୁ ଚିଠି ଲେଖି ଟ୍ବିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ପାଇଁ ପ୍ରସ୍ତାବ ଦେଇଛନ୍ତି ଟ୍ରାଫିକ ଡିସିପି । ଜାତୀୟ ରଜପଥ ୧୬ର ଉଭୟ ପଟେ ୩ଟି ଲେଖାଏଁ ଲେନ୍ ଅଛି । ତେଣୁ ଲେନ୍ ଡ୍ରାଇଭିଂର ବ୍ୟବସ୍ଥା କରାଯିବା ଉଚିତ । ଲେନ୍ ଡ୍ରାଇଭିଂ ଦ୍ବାରା ଯାତ୍ରାର ସମୟ କମିବ, ଗାଡିର ଗତି ବଢିବ ଓ ଦୁର୍ଘଟଣା ମଧ୍ୟ କମିବ । ବିଶେଷ କରି ଲେନ୍ ଡ୍ରାଇଭିଂ ଦ୍ବାରା ଓଭର ଟେକିଂ ସମୟରେ ହେଉଥିବା ଦୁର୍ଘଟଣା କମିବ । ଟ୍ବିନ୍ ସିଟି ମଧ୍ୟରେ ଲେନ୍ ଡ୍ରାଇଭିଂ ସଫଳ ହେଲେ ଅନ୍ୟ ରାସ୍ତାରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରେ ବୋଲି ଟ୍ରାଫିକ୍ ଡିସିପି ପ୍ରସ୍ତାବ ଦେଇଛନ୍ତି ।

  • Tags:

Subscribe

National International State Sports Entertainment