ରାଜଧାନୀର ସରକାରୀ କ୍ୱାଟର୍ସରୁ ବନ୍ଧୁକ କାରଖାନା ଠାବ
Khabar Odisha:Crime-Odisha-Illegal-arms-manufacturing-unit-operating-inside-the-govt-quarters
ଭୁବନେଶ୍ୱର, ଏପ୍ରିଲ ୧୫(ଖବର ଓଡ଼ିଶା):

ରାଜଧାନୀରେ ଦିନକୁ ଦିନ ଅପରାଧିକ କାରବାର ବୃଦ୍ଧି ପାଉଛି । ସେଥିରୁ ବାଦ ପଡ଼ୁିନି ସରକାରୀ କ୍ୱାଟର୍ସ । ଓୟୁଏଟି ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । 

ରାଜଧାନୀ ଭୁବନେଶ୍ବରର ଓୟୁଏଟି ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ପୋଲିସ ଚଢାଉ କରି ସେଠାରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବହୁତ ସରଞ୍ଜାମ ଜବତ କରିଛି । ଘର ଭିତରୁ ଜୋରରେ ଶବ୍ଦ ଶୁଣାଯିବା ପରେ କମିଶନରେଟ ପୋଲିସ ସନ୍ଦେହ କରି ଚଢାଉ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଖୋଳତାଡ଼ କରୁଛି ।

  • Tags:

Subscribe

National International State Sports Entertainment